ସତ ହେଉଛି କି ମାଳିକା ବଚନ ? କଣ ଲେଖିଥିଲେ ମାଳିକା ପଢନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ

ଏବେ ସାରା ବିଶ୍ୱ ରେ କରୋନା ର ହାହାକାର ଚାଲିଥିବା ବେଳେ ଶକ୍ତିଶାଳୀ ବୋଲାଉଥିବା ଦେଶ ବି କରୋନା ସାମ୍ନାରେ ହାରି ଗଲେଣି I ତେବେ ଏଭଳି ସ୍ଥିତି ରେ ପ୍ରସିଧ ଭବିଷ୍ୟବାଣୀ କରିଥିବା ନଷ୍ଟ୍ରେଦାମ ଙ୍କୁ ସାରା ବିଶ୍ୱ ମନେ ପକାଉଥିବା ବେଳେ ଓଡିଶା ରେ ମାଳିକା ବଚନ କୁ ନେଇ ସବୁଆଡେ ଚର୍ଚ୍ଚା I କଣ ଲେଖିଥିଲେ ମାଳିକା ? କରୋନା ସହିତ ମାଳିକା ଲିଖନ ର କି ସମ୍ପର୍କ ରହିଛି ? ଆସନ୍ତୁ ନଜର ପକାଇବା ଓଡିଶା Exclusive ର ଏହି ସ୍ୱତନ୍ତ୍ର ଉପସ୍ଥାପନା ଉପରେ I ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଲିଖନ କୁ ସାଧାରଣ ମାଳିକା କୁହାଯାଏ । ଭିନ୍ନ ଭିନ୍ନ ସନ୍ଥ ,କବିଙ୍କଦ୍ୱାରା ଅନେକ ମାଳିକା ଲେଖାଯାଇଛି କିନ୍ତୁ ବିଶେଷ କରି ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଙ୍କ ମାଳିକା ଲୋକ ଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ମହାପୁରୁଷ ଅଚ୍ୟୁତ ଏବଂ ହାଡ଼ିଆ ଦାସ ବେଶୀ ଲୋକପ୍ରିୟ I ଏମିତିକି ଲୋକେ କୁହନ୍ତି ଅଚ୍ୟୁତ ଠାର ହାଡ଼ିଆ ଗାର I ବିଶେଷ କରି ମହାପୁରୁଷ ଅଚ୍ୟୁତ ଙ୍କ ମାଳିକା ଅତୀତ ରେ କିଛିପରିମାଣରେ ସତ ହେଇଥିବାର ନଜିର ଆସେ ଫଳରେ ଲୋକେ ଏବେ ହେଉଥିବା ଘଟଣାକୁ ମଧ୍ୟ ମାଳିକା ଭବିଷ୍ୟ ବାଣୀ ଭାବରେ ଗ୍ରହଣ କରୁଛନ୍ତି I

“ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଯେ ଦିନକୁ ମୋ ଆଶା ,ଅଭୟ ଚରଣ ମାଗଇ ମୋର ଏଇ ଭରସା” । ଅର୍ଥାତ ନିଜ ମୃତ୍ୟୁ ର ପୂର୍ବାନୂମାନ କରିସାରିଥିଲେ ମହାପୁରୁଷ ଅଚ୍ୟୁତ I ଯଦିଓ 500ବର୍ଷ ତଳେ ମାଳିକା ଲେଖିଥିବା ଭବିଷ୍ୟବାଣୀ କିଛି ପରିମାଣରେ ଏହି କରୋନା ସହିତ ସାମଞ୍ଜସ୍ୟ ରହୁଛି I ଏନେଇ ବିଶିଷ୍ଟ ପ୍ରାବନ୍ଧିକ ବିବୁଦ୍ଧ ରଞ୍ଜନ ଏକ ଖବରକାଗଜ ରେ ନିଜର ଲେଖା ପ୍ରକାଶ କରି କହିଛନ୍ତି କି ଅଚ୍ୟୁତାନନ୍ଦ ଙ୍କ ମାଳିକା ରେ ବହୁ ପୂର୍ବରୁ ବର୍ଣନା ଅଛି ବହୁ ମହାମାରୀ ଉଚ୍ଚାଟ ହୋଇଣ ଗ୍ରାସିବେ ସାରା ଅବନୀ ସବୁ ବୁଦ୍ଧିବଳ ବିଫଳ ହୋଇବ ପଥି ପଥ୍ୟ ମିଳିବନି” ଅର୍ଥାତ ଏମିତି ମହାମାରୀ ବ୍ୟାଧି ସାରା ବିଶ୍ୱ କୁ ଗ୍ରାସ କରିବ ଯେ ଏହା ପାଇଁ ଔଷଧ ମିଳିବନି ଯାହା ଆଜିକା ଦିନରେ ସତ ହେଉଛି ମଧ୍ୟ ,ବର୍ତମାନ ସୁଦ୍ଧା କରୋନା ର ଔଷଧ ମିଳିପାରିନାହିଁ I କେବଳ ଏତିକି ନୁହେଁ ଆହୁରି ଚକିତ କଲାଭଳି ଲେଖା ଅଛି କି “ଦୁଇ ବିଂଶ ଯେବେ ବର୍ଷ ବୋଲାଇବ ,ବହୁ ବିତିପାତ ହେବ ଅଜଣା ବ୍ୟାଧିରେ ବହୁ ନାଶ ଯିବେ ହାହାକାର ପଡିଯିବ ହଁ ଆଜି ହିଁ ଦୁଇ ବିଂଶ 2020 ମସିହା ଆଉ ଏ ସମୟରେ ଏହି ଅଜଣା ବ୍ୟାଧି ରେ ସାରା ବିଶ୍ୱରୁ ବର୍ତମାନ ସୁଦ୍ଧା 1 ଲକ୍ଷ ରୁ ଉର୍ଧ ମୃତ୍ୟୁବରଣ କରିସାରିଲେଣି I ଆହୁରି ମଧ୍ୟ ଲେଖା ଅଛି ଅଚିନ୍ହା ବ୍ୟାଧି ଯେ ଜଗତେ ଘୋଟିବ ବଇଦ ବଣା ହୋଇବେ ,ରୋଗ ନ ଚିହିଁଣ ବଣା ହେଉଥିବେ ଅନେକ ପ୍ରାଣୀ ମରିବେ ‘ I ମାଳିକା ରେ ଆହୁରି ମଧ୍ୟ ଲେଖାଅଛି “ବଳଦ ସମ ପ୍ରାୟେ ହୋଇ, ମୁହଁରେ ବାନ୍ଧିବେ ତୁଣ୍ଡି ସେହି ,ଭୈରବ ଆସି ଦେବ ଡାକ, ଗୃହେ ଲୁଚିବେ ସବୁ ଲୋକ । ଯଦି ଏବେ ଦେଖାଯାଏ ପ୍ରାୟତ ସମସ୍ତେ ମୁଁହରେ ତୁଣ୍ଡି ଭଳି ମାସ୍କ ପିନ୍ଧି ବାକୁ ବାଧ୍ୟ ହେଉଛନ୍ତି ଏବଂ ଘରେ ଏକାନ୍ତ ବାସ ରେ ରହିଛନ୍ତି I ତେଣୁ ସାମ୍ପ୍ରତିକ ପରିସ୍ଥିତି ରେ ମାଳିକା ଭବିଷ୍ୟବାଣୀ ର କିଛି ସାମଞ୍ଜସ୍ୟ ରହିଛି ବୋଲି ଆମେ ମନା କରିପାରିବା ନାହିଁ I ଏ ପରିସ୍ଥିତି ରେ କେବଳ ଗୋଟିଏ ଉପାୟ ଆମକୁ ଏକାନ୍ତଵାସ ରେ ରହିବାକୁ ପଡିବ ଏବଂ ସେହି ପରମମୟ ବିଶ୍ୱ ନିୟନ୍ତା ଙ୍କ ଉପରେ ବିଶ୍ୱାସ ରଖିବାକୁ ହେବ ,ଆରମ୍ଭ ଅଛି ମାନେ ମୃତ୍ୟୁ ଅଛି ତେଣୁ କରୋନା ର ବିନାଶ ଘଟିବ ଏବଂ ଆମେ ବିଜୟୀ ହେବା I ସୂଚନା ଥାଉ କି ପୂର୍ବରୁ ଜଗନ୍ନାଥ ମନ୍ଦିରରୁ ପଥର ଖସିବା, ଚାନ୍ଦୁଆ ରେ ନିଆଁ ଲାଗିବା ,ଗତ ଫନି ବାତ୍ୟାରେ କଳ୍ପ ବଟ ଧ୍ୱଂସ ହେବା, ପୁରୀ ଜଗନ୍ନାଥ ମନ୍ଦିର ଜଳମଗ୍ନ ହେବା ଭଳି ଘଟଣା ର ଭବିଷ୍ୟବାଣୀ କରିଥିଲେ ମାଳିକା ରେ I ଆପଣ କଣ ଭାବୁଛନ୍ତି ଏହା ମାଳିକା ବଚନ ସତ ହେଇଚି ? ନା କେବଳ ସଂଯୋଗ ,ଆପଣଙ୍କର ପ୍ରତିକ୍ରିୟା କମେଣ୍ଟସ ରେ ଦିଅନ୍ତୁ ,ଠିକ ଲାଗିଲେ ଶେୟାର କରନ୍ତୁ ଏବଂ ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ I

Leave a Reply

Your email address will not be published. Required fields are marked *