ରାଜ୍ୟ ରାଜନୀତି ରେ ଚର୍ଚ୍ଚା ,ବିଟୁ ଖୋଲିଦେଲା ନବୀନ ଙ୍କ ପୋଲ୍

ଏବେ କରୋନା ମହାମାରୀ ମୁକାବିଲା ପାଇଁ ଲକ ଡାଉନ ଚାଲିଥିବା ବେଳେ ଅଚାନକ ରାଜ୍ୟ ରାଜନୀତି ରେ ବିଟୁ କୁ ନେଇ ଜୋରଦାର ଚର୍ଚା I କଣ ଆଜ୍ଞା ଚମକି ପଡିଲେ ନା ? ଆପଣ ଭାବୁଥିବେ କିଏ ଏହି ବିଟୁ ? ଆଗରୁ ଚିନ୍ହା ଜଣା ନଥିବା ଅଜ୍ଞାତ ବିଟୁ ଏମିତି କିଏ କି ,ତାକୁ ନେଇ ରାଜ୍ୟ ରାଜନୀତି ରେ ଚର୍ଚା !! କଥା କଣ କି ଆଜ୍ଞା ଏବେ ତ ଲକ ଡାଉନ ଚାଲିଛି ,ଆଉ ଏହି ଲକ ଡାଉନ ସମୟରେ ଆମ ରାଇଜ ମୁଖିଆ କରୋନା ମୁକାବିଲା ପାଇଁ ଯାହା ପଦକ୍ଷେପ ନେଉଛନ୍ତି ନିହାତି ଭାବରେ ସ୍ୱାଗତଯୋଗ୍ୟ କିନ୍ତୁ ଥୋକାଏ କହୁଛନ୍ତି ଯାହା ପ୍ରଧାନମନ୍ତ୍ରୀ କାଲି ଭାବିବେ ନବୀନ ବାବୁ ଆଜି କରି ଦେଖାଉଛନ୍ତି I ଏଇ ଦେଖୁନାହାନ୍ତି ନିକଟରେ ଲକ ଡାଉନ ଅବଧି ବୃଦ୍ଧି ହେବାନେଇ କେନ୍ଦ୍ର ଆଲୋଚନା କରୁଥିବା ସମୟରେ ଆମ ପ୍ରିୟ ନବୀନ ବାବୁ ଏପ୍ରିଲ 30ଯାଏଁ ବୃଦ୍ଧି କରିସାରିଲେଣି କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ଜିଲ୍ଲା ଗୁଡିକ ରେ ଲକ ଡାଉନ ଲଗାଇବାରେ ଓଡିଶା ମୁଖ୍ୟମନ୍ତ୍ରୀ ପ୍ରଥମ ଥିଲେ I ତେବେ ଏ ପରିପ୍ରେକ୍ଷୀ ରେ ଯୁବ ପ୍ରତିଭା ସମ୍ବିତ ନନ୍ଦ ଙ୍କ ଏକ ଗଳ୍ପ ରାଜ୍ୟ ରାଜନୀତି ରେ ଚର୍ଚା ଜୋର ଧରିଛି I ଏପରିକି ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା ଏହାକୁ ପୋଷ୍ଟ କରି ନବୀନ ବାବୁ ଙ୍କ ଆଗୁଆ ଘୋଷଣା ର ରହସ୍ୟ ଖୋଲିଛନ୍ତି I

ତେବେ ଆସନ୍ତୁ ଜାଣିବା ସେହି ଗଳ୍ପ ବିଷୟରେ ଯେଉଁଥିରେ ବିଟୁ ର ପୋଲ ଖୋଲିଯାଇଥିଲା Iଲୋକପ୍ରୀୟ ତ୍ରିକାଳଦର୍ଶୀ ଛାତ୍ର :ହରେକୃଷ୍ଣପୁର ସ୍କୁଲରେ ବିଟୁ ବୋଲି ଗୋଟେ ଛାତ୍ର ଥିଲା । ସ୍କୁଲରେ ଆଗକୁ କଣ ହେବାର ଅଛି ସେ ଜାଣିପାରୁଥିଲା । ପରୀକ୍ଷା ନୋଟିସ କୋଉଦିନ ବାହାରିବ, କାଲି କୋଉ ଦିଦି ଛୁଟିରେ ଯିବେ ତେଣୁ ତାଙ୍କ ବିଷୟର ହୋମଓ୍ବାର୍କ କରିବା ଦରକାର ନାହିଁ, ସ୍କୁଲରେ କୋଉ ସାଙ୍କ ଟ୍ରାନ୍ସଫର ହେବାର ଅଛି ଆଦି ସବୁ ଖବର ତା ପାଖରେ । ତେଣୁ ମାଷ୍ଟ୍ର ମାଷ୍ଟ୍ରାଣୀ ମାନେ ତା ପାଖେ ଫୁସୁରୁ ଫାସୁର ହୁଅନ୍ତି । ତା ଘରକୁ ଯାଇ ବୁଲାବୁଲି କରି ଆସନ୍ତି ଏହି ଆଶାରେ କି କାଳେ ତାଙ୍କ ଟ୍ରାନ୍ସଫର ଫ୍ରାନସ୍ପର କଥା ବାହାରିଯିବକି ବିଟୁ ପାଟିରୁ । ସ୍କୁଲ ଛୁଆ ତ ପାଗଳ ତା ପଛରେ । ବେଳେ ବେଳେ ଆଗାମୀ ପରିକ୍ଷାର କୋଣସି ବିଷୟର ସଠିକ ପ୍ରଶ୍ନ ବି ବାହାରିଯାଏ ତା ପାଟିରୁ । ସ୍କୁଲ ଝିଅ ତ ଝିଅ ତାଙ୍କ ମା ମାନେ ବି ଭାରି କଁଳେଇକି କଥା ହୁଅନ୍ତି ବିଟୁ ସଂଗେ । କିଏ କେତେବେଳେ ଭଲ ରୋଷେଇ କରି ଡାକିଲାଣି ତ କିଏ ଦାମିକା ପ୍ୟାଣ୍ଟ ସାର୍ଟ ଦେଲାଣି । ଆଉ ଏ ସବୁ ଖାଇ ପିନ୍ଧି ବିଟୁର ବି ରଜାଛୁଆ ପରି ଆଦବ କାଇଦା ଚାଲେ । କହିବାକୁ ଗଲେ ବିଟୁର ଲୋକପ୍ରୀୟ ସରକାର ଚାଲେ ସ୍କୁଲ ରେ । ଆଉ ମାଗଣା ଜରୁରୀ ଦାମିକା ଖବର ପାଇଁ ସ୍କୁଲ ସାଙ୍ଗ ଠାରୁ ଆରମ୍ଭ କରି ସାର ଦିଦି ମାନେ ବି ଖୁସ୍। ସମସ୍ତେ ଭାବନ୍ତି ଯେ ବିଟୁଟ କୁଆଡେ ତ୍ରିକାଳଦର୍ଶୀ ହେବ । ନହେଲେ ଏତେ ସଠିକ କରି ତା କଥା ସବୁ ବାଜୁଛି କେମିତି ।ସେ ଏତେ ସବୁ କଥା ଆଗୁଆ କହି ଦେଉଛି କେମିତି !ଏତେ ସବୁ ଭିତରେ ସ୍କୁଲରେ ଆସି ନୁଆ ବିଜ୍ଞାନ ଶିକ୍ଷକ ଭାବେ ସଂଦିହାନ ମହାନ୍ତି ସାର ଟ୍ରାନ୍ସଫର ହେଇକି ଆସନ୍ତି । ସେ ସ୍କୁଲରେ ଜଏନ କଲା ପୁର୍ବରୁ ବି ବିଟୁ ମାଧ୍ୟମରେ ସ୍କୁଲ ସାରା ହାଟ ହେଇସାରିଥାଏ । ସଂଦିହାନ ସାର ଯେଉଁ ଦିନ ଜଏନ କଲେ ତାଙ୍କୁ ବହୁତ ସାର ଗୋଟିଏ କଥା କହିଲେ । “ହଁ ବିଟୁ କହୁଥିଲା ଆପଣ ଜଏନ କରୁଛନ୍ତି ବୋଲି ” । ଗୋଟିଏ କଥା ଅନେକଙ୍କ ପାଟିରୁ ଶୁଣିଲା ପରେ ସଂଦିହାନ ସାରଙ୍କୁ ଟିକେ ଅଡୁଆ ଲାଗିଲା । ମେଞ୍ଚଡ଼ ଟିକେ ଛୁଆ । ଏତେ କଥା ଜାଣୁଛି କେମିତି । ତାଙ୍କ ସଂଦେହୀ ମନ ଆଉ ସ୍ଥିର ରହିଲାଣି । ତେଣୁ ସେ ଚୁପଚାପ ନିଜର କାମ ଚଲେଇଥାନ୍ତି । ବିଟୁର ବାପା କଣ କରନ୍ତି, ମା କଣ କରନ୍ତି, ବିଟୁ କୁଆଡେ କୁଆଡେ ଯାଏ, କଣ କେତେବେଳେ କରେ ସବୁ ଉପରେ ଧିରେ ଧିରେ ଖବର ନେଉଥାନ୍ତି ସଂଦେହୀ ସଂଦିହାନ ସାର । ଯିଏ ଯେତେ କହିଲେ ବି ବିଟୁ କେବେ କାହାକୁ କହେନି ତା ବାପା କ’ଣ କରନ୍ତି ବୋଲି । ଦିନେ ସଂଦିହାନ ସାରଙ୍କ ସହରରେ ଥିବା ସ୍କୁଲ ଏସ ଆଇ ପାଖରେ କଣ ଗୋଟେ କାମ ଥିବାରୁ ସହରକୁ ଯାଇଥାନ୍ତି । ସହରରେ ପହଞ୍ଚି ଅଫିସ ଗଲା ବେଳକୁ ଏସ ଆଇ ତାଙ୍କ ସରକାରୀ ବାସଭବନ କୁ ଚାଲିଯାଇଥାନ୍ତି । ସଂଦିହାନ ସାର ଟିକେ ଉଚ୍ଚଶିକ୍ଷିତ ଓ ଜ୍ଞାନୀ ଲୋକ । ତେଣୁ ଏସ ଆଇ ଭଲ ପାନ୍ତି ତାଙ୍କୁ । ଅନ୍ୟ କୋଣସି ବି ବିଭାଗୀୟ କିମ୍ବା ପରିବାର ବାରର କୋଣସି ବ୍ୟକ୍ତିକୁ ଘରକୁ କେବେ ଡାକିବାକୁ ପସନ୍ଦ କରୁନଥିବା ଏସ ଆଇ କୋଉଠୁ ଖବର ପାଇ ସଂଦିହାନ ସାରଙ୍କୁ ବାସଭବନ କୁ ଆସି ସାଙ୍ଗ ହେଇ ଲଞ୍ଚ କରିବାକୁ ମୋବାଇଲ ରେ କୁହନ୍ତି । ସଂଦିହାନ ସାର ପହଞ୍ଚିଲା ବେଳକୁ ଏସ ଆଇ ସାର ଖାଇବା ଟେବଲରେ ବସିଯାଇଥାନ୍ତି । ସାରଙ୍କୁ ଦେଖୁ ଦେଖୁ କୁହନ୍ତି “ମାଷ୍ଟ୍ରେ ଆସ ବସ, ତୁମକୁ ହି ଅପେକ୍ଷା କରିଛି” । ପାଖରେ ତାଙ୍କ ଘରୋଇ ଭୃତ୍ୟ ବସନ୍ତ ଧୋଇ ଆଣିଥିବା ସେଓ, କମଳା କୁ କାନ୍ଧରୁ ସଫା ଗାମୁଛା ବାହାରକରି ପୋଛି କାଟି ସାଲଡ଼ ବନେବା, ଖାଇବା ବାଢିବା, ଓ ଖାଇବା ସାରିବା ପରେ ଅଁଇଠା ବାସନ ଉଠାଇ ପୋଛା ମାରିବା କାମ ଅତି ନିମଗ୍ନ ଭାବରେ କରିଚାଲେ । ତା ଭିତରେ ଏସ ଆଇଙ୍କ ସଂଗେ କଥା ହେଉ ହେଉ ବସନ୍ତ ଉପରେ ଆଖିଥାଏ ସଂଦିହାନ ସାରଙ୍କର । ଖାଇ ସାରି ଏସ ଆଇଙ୍କ ସଂଗେ କାମ କଥା ସାରି ବାସଭବନରୁ ବାହାରିଲା ବେଳେ ବସନ୍ତ ଗେଟ୍ ଯାଏଁ ବାଟେଇଆଣେ ସାରଙ୍କୁ । ସାର ବି ତା ବିଷୟରେ ଭଲ ମନ୍ଦ ପଚାରି ତାକୁ ପକେଟରୁ ୨୦ ଟଙ୍କିଆ ନୋଟଟେ କୁଚେଇକି ବସନ୍ତ ପକେଟରେ ପୁରେଇଦେଇ ଫେରନ୍ତି । ସକାଳୁ ସ୍କୁଲରେ ପହଞ୍ଚୁ ପହଞ୍ଚୁ ବିଟୁକୁ ସ୍କୁଲ ବାରଣ୍ଡାରେ ବସି ବାତ୍ ମାରୁଥିବାର ଦେଖନ୍ତି ସାର । ଡାକି ତାକୁ ଟିକେ ଟାଣୁଆ କଣ୍ଠରେ କୁହନ୍ତି ” ତୋ ବାପା ସଂଗେ ଦେଖା ହେଇଥିଲା କାଲି ଏସ ଆଇଙ୍କ ଘରେ, କାଲିଠୁ ଆଉ ଲୋକପ୍ରୀୟ ହେବା ଦରକାର ନାହିଁ, ପାଠରେ ମନ ଦେ ଠିକ ସେ” । ତା ପରଠୁ ବିଟୁ ସ୍କୁଲରେ ପୁରା ଭଦ୍ର ପିଲା । ତାର ଆଉ ସେ ଲୋକପ୍ରୀୟତା ନାହିଁ କି ସବୁଥିରେ ଆଗତୁରା ତ୍ରୀକାଳଦର୍ଶୀ ହେବା ବି ଦେଖାଯାଏନି ।

Leave a Reply

Your email address will not be published. Required fields are marked *