ମେ 3 ଯାଏଁ ଦେଶରେ ବଢ଼ିଲା ଲକ ଡାଉନ ଅବଧି ଘୋଷଣା କଲେ ମୋଦି

ସାରା ବିଶ୍ୱ କୁ ଆତଙ୍କିତ କରି ରଖିଥିବା କରୋନା ଭାଇରସ ଭାରତ ରେ ମଧ୍ୟ ନିଜର କାୟାବିସ୍ତାର କରିବାକୁ ଉଦ୍ୟମ କରୁଥିବା ବେଳେ ସରକାର ଜୋରଦାର ପ୍ରୟାସ ଜାରି ରଖିଛନ୍ତି ଏହାକୁ ପ୍ରତିରୋଧ କରିବାକୁ I ଦେଶରେ 21 ଦିନିଆ ଲକ ଡାଉନ ଲାଗୁ ହେଇଥିବା ବେଳେ ତାହାର ଅବଧି ଏପ୍ରିଲ 14ରେ ସରୁଛି କିନ୍ତୁ କରୋନା କମିବା ବଦଳରେ ହୁ ହୁ ହେଇ ବଢି ଚାଲିଛି I କିଛି ରାଜ୍ୟ କେନ୍ଦ୍ର କୁ ଏହି ଅବଧି ବୃଦ୍ଧି ନିମନ୍ତେ ଅନୁରୋଧ କରିଥିଲେ ,ଏନେଇ ବୈଠକ ରେ ଆଲୋଚନା ପରେ କେନ୍ଦ୍ର ଏହାର ଅବଧି ବୃଦ୍ଧି ନେଇ ପୂର୍ବରୁ ସୂଚନା ଦେଇଥିବା ବେଳେ ଆଜି ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି କି ଲକ ଡାଉନ ର ସମୟସୀମା ଆଗାମୀ ମେ 3 ତାରିଖ ଯାଏଁ ବୃଦ୍ଧି କରାଯାଇଛି I ସୂଚନା ଥାଉ କି ପୂର୍ବରୁ ମଧ୍ୟ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଲକ ଡାଉନ ର ଅବଧି ଏପ୍ରିଲ 30ଯାଏଁ ବୃଦ୍ଧି କରିଥିଲେ ଯାହାକୁ ନେଇ ସବୁ ମହଲ ରେ ଚର୍ଚା ହେଇଥିଲା

Leave a Reply

Your email address will not be published. Required fields are marked *