ପୁଣି ବିବାଦ ରେ ସମାଜସେବୀ ମମତା ,ଥାନା ରେ ଏତଲା ଦେଲେ ମଧୁମିତା

OdishaExclusive: ଲଗୁଛି ଯେମିତି ବିବାଦ ପିଛା ଛାଡ଼ୁନି ସମାଜ ସେବି ମମତା ସାମନ୍ତରାୟ ଙ୍କର I କିଛିଦିନ ଧରି ଚର୍ଚା ରେ ରହିଥିବା ସମାଜସେବୀ ମମତା ସାମନ୍ତରାୟ ଙ୍କ ନାମରେ ପୁଣି ଆସିଛି ବିବାଦୀୟ ଘଟଣା I ରାଜଧାନୀ ଭୁବନେଶ୍ୱର ରେ ସରସ୍ବତୀ ପାତ୍ର ଙ୍କ ଘରେ ଭଡା ରହିଥିବା ମମତା ପରେ ଏହାକୁ ନିଜ ଘର କହିବା ଏବଂ ଏନେଇ ଏକ କେଶ ଚାଲିଥିବା ବେଳେ ଏନେଇ ବିଭିର୍ଣ୍ଣ ୱେବ ମିଡ଼ିଆ ରେ ଖବର ପ୍ରକାଶ ପାଇଥିଲା I

ଏହାପରେ ମମତା ସାମ୍ବାଦିକ ଙ୍କୁ ମଧ୍ୟ ଗାଳି ଗୁଲଜ କରି ହତ୍ୟା କରିବାକୁ ଧମକ ଦେଇଥିଲେ I ଏମିତିକି ଜଣେ ଦଳିତ ମହିଳା ଙ୍କୁ ଜାତିଗତ ଆକ୍ଷେପ କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି I ମମତା ଙ୍କ ନାମରେ ମଧ୍ୟ ଆହୁରି ଖବର ପ୍ରକାଶ ପାଇଛି କି ସେ ପାରାଦୀପ ରେ ଦୁଇଟା ସରକାରୀ କ୍ୱାର୍ଟର ମାଡି ବସିଛନ୍ତି I ଅବଶ୍ୟ ଏନେଇ ମମତା କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି I ତେବେ ପାରାଦୀପ ଘଟଣା ରେ ଖବର ପ୍ରକାଶ ପରେ ଚିହିଁକି ଉଠିଛନ୍ତି ମମତା ସାମନ୍ତରାୟ ,ଏସବୁ ଘଟଣା ସଂକ୍ରାନ୍ତ ରେ ସ୍ପଷ୍ଟୀକରଣ ବଦଳରେ ସେ ସମାଜସେବୀ ମଧୁମିତା ରଥ ଙ୍କୁ ଅଯଥା ବଦନାମ କରି ତାଙ୍କ ନାମକୁ ଏହି ବିବାଦ କୁ ଟାଣିଛନ୍ତି

I ମଧୁମିତା ଚକ୍ରଵୃହ ରଚିଥିବା କହି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ,ଏବଂ ଏକ ଅଡିଓ ଛାଡି ମଧୁମିତା ଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ I ଏନେଇ ମଧୁମିତା ସ୍ପଷ୍ଟୀକରଣ କରିଥିଲେ କି ଏହି ସ୍ୱର ତାଙ୍କର ନୁହେଁ ,ତାଙ୍କ ନାମରେ ବିନା ପ୍ରମାଣ ରେ କାହିଁକି ବଦନାମ କରାଯାଉଛି ଏହାପରେ ମଧ୍ୟ ମମତା ସେହି ପୋଷ୍ଟ ନ ହଟେଇବାରୁ ଥାନାର ଦ୍ୱାରସ୍ଥ ହେଇଛନ୍ତି ମଧୁମିତା I ଏନେଇ ମମତା ଙ୍କ ନାମରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି I ସୂଚନା ଥାଉ କି ପୂର୍ବରୁ ମଧ୍ୟ ଜଣେ ସାମ୍ବାଦିକ ବିକାଶ ବେହେରା ନାମରେ ଏଭଳି ଅପପ୍ରଚାର ମିଥ୍ୟା କଥା ଲେଖି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ ଏବଂ ଏନେଇ ବିକାଶ ଥାନାରେ ଏତଲା ଦେଇଛନ୍ତି I

ତେବେ କଥା ଉଠୁଛି ମମତା ଙ୍କ ନାମରେ ବାରମ୍ବାର ଏତଲା ଦିଆଯାଉଥିଲେ ମଧ୍ୟ ପୋଲିସ ନିରବ ସାଜିବାର କାରଣ କଣ ,ସୂଚନା ଥାଉ କି ମମତା ଙ୍କ ଭାଇ କଟକ ବାରବାଟୀ ର ପୂର୍ବତନ ବିଧାୟକ ଏବଂ ବର୍ତମାନ ର ସାଶକ ଦଳର ଜଣେ ପାୱାରଫୁଲ ବ୍ୟକ୍ତିତ୍ୱ I

Leave a Reply

Your email address will not be published. Required fields are marked *