ଆଜି ଐତିହାସିକ ଅଯୋଧ୍ୟା ଭୂମିପୂଜନ ରେ ସୁରକ୍ଷା ମୁଖ୍ୟ ଦାୟିତ୍ୱ ରେ ଓଡ଼ିଆ ପୁଅ ଏଡିଜି ସତ୍ୟନାରାୟଣ

୫୦୦ ବର୍ଷ ପରେଅଯୋଧ୍ୟା କୁ ନେଇ ସାରା ଭାରତ ଆଜି ଉତ୍ସବ ମୁଖର ହେଇପଡିଛି I ଆଜିର ଦିନଟି ଏକ ଐତିହାସିକ ଦିନ ଭାବେ ପରିଗଣିତ ହେଉଥିବା ବେଳେ ଏଥିରେ ଓଡ଼ିଆ ପୁଅ ସତ୍ୟନାରାୟଣ ସାବତ ମଧ୍ୟ ଆମ ଓଡିଶା ପାଇଁ ଗର୍ବ ଆଣିଛନ୍ତି I ବର୍ତମାନ ସେ ଉତ୍ତରପ୍ରଦେଶ ଲକ୍ଷ୍ନୌ ଜୋନ୍‌ର ଏଡିଜି ଭାବରେ ଅଛନ୍ତି I

ଆଜି ଭୂମି ପୂଜନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସୁରକ୍ଷା ର ମୁଖିଆ ଭାବେ ଦାୟିତ୍ୱ ମିଳିଛି ଆମ ଓଡ଼ିଆ ପୁଅ ଙ୍କୁ I ପୂର୍ବରୁ ମଧ୍ୟ ଉତ୍ତରପ୍ରଦେଶର କୁମ୍ଭମେଳାର ସୁରକ୍ଷା ଦାୟିତ୍ୱ ସଠିକ ଭାବରେ ତୁଲାଇ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଙ୍କ ପ୍ରସଂଶା ପାତ୍ର ହେଇପାରିଥିଲେ I ସୂଚନା ଥାଉ କି ସତ୍ୟନାରାୟଣ ଙ୍କ ଘର କୋରାପୁଟ I କୋରାପୁଟରେ ତାଙ୍କର ମାଟ୍ରିକ ପଢା ସରିଥିଲା ଏବଂ ରେଭେନ୍‌ସା ରେ ମଧ୍ୟ ପଢିଥିଲେ ପରେ ଉଞ୍ଚାଶିକ୍ଷା ପାଇଁ ନୂଆଦିଲ୍ଲୀସ୍ଥିତି ଜେଏନ୍‌ୟୁରେ ପଢିଥିଲେ I ୧୯୮୯ ମସିହାରେ ଆଇପିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଲିସ୍‌ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *