ଭୁବନେଶ୍ୱର ରେ ମା ଟେଲର ଦୋକାନ ଦେଇ ପୁଅକୁ ପଢ଼େଇଥିଲେ ପୁଅ ହେଲେ ଆଇଏଏସ ,UPSC ରେ 182 ରାଙ୍କ

UPSC ପରୀକ୍ଷାଫଳ ଘୋଷଣା ହେଇସାରିଥିବା ବେଳେ ଓଡିଶା ରୁ ଦୁଇଜଣ ଶ୍ରେଷ୍ଠ 10 ମଧ୍ୟରେ ଏବଂ ଆହୁରି 4ଜଣ ମେରିଟ ଲିଷ୍ଟ ରେ ସ୍ଥାନ ପାଇଛନ୍ତି I ତେବେ ସର୍ବଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ୧୮୨ ରାଙ୍କ ରଖିଥିବା ଆମ ଓଡ଼ିଆ ପୁଅ ଙ୍କୁ ନେଇ ଏବେ ଜୋରଦାର ଚର୍ଚା I କୁମାର ବିଶ୍ୱରଂଜନ ଙ୍କ ମା ସିଲେଇ କରନ୍ତି ସେଥିରେ ତାଙ୍କ ପରିବାର ଚଳେ କିନ୍ତୁ ପୁଅ ପାଇଛନ୍ତି ସିଭିଲ୍ ସର୍ଭିସ ପରୀକ୍ଷାରେ ୧୮୨ ରାଙ୍କ I ନୀଳାଦ୍ରି ବିହାର ରେ ତାଙ୍କ ମା ମିନତୀ ଙ୍କର ଏକ ଟେଲର ଦୋକାନ ଅଛି I ଏବେ ପୁଅର ଏଭଳି ସଫଳତା ରେ ମା ଙ୍କ ଦୁଃଖ ଦୂର ହେଇଛି I ସୂଚନା ଅନୁଯାୟୀ କୁମାର ଙ୍କ ଘର ଜଗତତ୍ସିଂହପୁର ଜିଲ୍ଲାରେ Iଗ୍ରାମ ବିଦ୍ୟାଳୟରେ ଦଶମ ପରୀକ୍ଷା ରେ ଉତୀର୍ଣ୍ଣ ପରେ ବିଜେବି କଲେଜ ରେ + 2 ସାରି ଉଞ୍ଚ ଶିକ୍ଷା ପାଇଁ IIT ଗସ୍ତ କରିଥିଲେ I କୁମାର 2014 ରେ ଆଇଆଇଟି ଗୁଆହାଟିରୁ ସ୍ନାତକ ହାସଲ କରିସାରିବା ପରେ ଏକ ସଫ୍ଟୱେର୍ କମ୍ପାନୀରେ ଯୋଗ ଦେଇଥିଲେ। କିନ୍ତୁ ଆତ୍ମସନ୍ତୋଷ ନମିଳିବାରୁ ସେ ଏହି ଚାକିରୀ ଛାଡିଦେଇଥିଲେ I

ପରେ ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ I UPSC 2018 ରେ 391 ରାଙ୍କ ପାଇ ରେଳ ବିଭାଗ ରେ ଯୋଗ ଦେଇଥିଲେ କିନ୍ତୁ ସ୍ବପ୍ନ ଥିଲା ଅଦମ୍ୟ I କଠିନ ପରିଶ୍ରମ କରି ଏଥରକ ସେ 182 ରାଙ୍କ ହାସଲ କରିଛନ୍ତି I

Leave a Reply

Your email address will not be published. Required fields are marked *