ବିନା ନିଲାମ ରେ କପିଳାସ ଚନ୍ଦ୍ରଶେଖର ଙ୍କ ଜମିରୁ ମୋରମ ଖୋଳାହେଇ ଚାଲାଣ ହେଉଛି ଧାମରା ବନ୍ଦର କୁ

ବିନା ନିଲାମ ରେ ଖୋଳା ହେଉଛି ମୋରମ ,ତାହା ପୁଣି ଦୈନିକ ଶହ ଶହ ଟ୍ରିପ ଆକାର ରେ I ନା ଡକାଯାଇଛି ନିଲାମ ଟେଣ୍ଡର ,ନା ହେଇଛି ଓଡିଶା ମାଇନିଂ ନିୟମ ର ପାଳନ I ଏସବୁ କୁ ଫୁ କରି ଉଡାଇ ଦେଇ ଜୈନିକ ବ୍ୟକ୍ତି ଙ୍କୁ ମୋରମ ଉତ୍ତୋଳନ ପାଇଁ ଅସ୍ଥାୟୀ ଟ୍ରାଞ୍ଜିଟ ପାସ ଦେଇଦେଲେ ଗଁଦିଆ ତହସିଲ ଅଫିସ ରୁ I ଏନେଇ କୌଣସି ଚୁକ୍ତିନାମା ମଧ୍ୟ ହୋଇନାହିଁ ସେପଟେ ଠାକୁର ଖାଇ ଖଟୁଲି ଖାଇବାକୁ ବସିଲେଣି ସମ୍ପୃକ୍ତ ବ୍ୟକ୍ତି I ଗଁଦିଆ ବଇଲୋ ଅଞ୍ଚଳ ର ଚନ୍ଦ୍ରଶେଖର ଜୀଉ ଙ୍କ ଦେବତ୍ତର ବହୁ ସମ୍ପତି ରୁ ହରିଲୁଟ ହେବାରେ ଲାଗିଛି I ଶହ ଶହ ଟ୍ରିପ ମୋରମ ଗାଡି ଗଁଦିଆ ରୁ ସିଧା ଚାଲାଣ ହେଉଛି ଧାମରା ବନ୍ଦର I

ଏପଟେ କେବଳ ରାଜସ୍ବ ହାନି ନୁହେଁ ,ନଷ୍ଟ ହେବାରେ ଲାଗିଛି ପ୍ରଭୁ ଙ୍କ ବହୁ ସମ୍ପତି I ବଇଲୋ ଠାରେ ପ୍ରଭୂ ଙ୍କ 300 ରୁ ଉର୍ଧ ଏକର ଭୁ-ଜମି ଥିବାବେଳେ ଜଗାରଖା ଅଭାବ ରୁ ମାଫିଆ ଙ୍କ କବ୍ଜା ରେ I ମାଫିଆ ମାନେ ହରିଲୁଟ କରି ଲକ୍ଷ ଲକ୍ଷ ଲୁଟୁଥିବା ବେଳେ ଠାକୁର ଙ୍କ ତହବିଲ କୁ ଟଙ୍କାଟିଏ ବି ଆସିପାରୁନାହିଁ I ସବୁଠୁ ବଡ଼କଥା ନାକତଳେ ଏଭଳି ଅନିୟମିତତା ହେଉଥିଲେ ମଧ୍ୟ ପ୍ରସାଶନ ଚୁପ ରହିବା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରାଇଛି I

Leave a Reply

Your email address will not be published. Required fields are marked *