ଓଡ଼ିଆ ଭାଷାର ଏନ୍ତୁଡ଼ି ଶାଳ ସାକ୍ଷୀଗୋପାଳ ର ସତ୍ୟବାଦୀ ବନ ବିଦ୍ୟାଳୟ ରେ ଶିକ୍ଷକ ମାନେ ପିଲାମାନଙ୍କୁ ପାଠ ପଢ଼ାଉଥାନ୍ତି I ହଠାତ ବିଦ୍ୟାଳୟ ସାମ୍ନା ରେ ଲାଗିଲା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଙ୍କ ଗାଡି I ଶିକ୍ଷକ ମାନେ କିଛି ବୁଝିବା ଆଗରୁ ଶ୍ରେଣୀ କକ୍ଷ ମଧ୍ୟକୁ ଭୁସ୍ କରି ପଶିଗଲେ ଜିଲାପାଳ ମହୋଦୟ I ହାତରେ ଖଡ଼ି ଏବଂ ଡଷ୍ଟର ଧରି ରାମାୟଣ ର ଗୁଢ ରହସ୍ୟ କୁ ପିଲାମାନଙ୍କୁ ବୁଝାଇଥିଲେ ଜିଲ୍ଲାପାଳ I ଜୀବନ ର ସଫଳତା ର ମନ୍ତ୍ର ମଧ୍ୟ ଶିଖାଇଥିଲେ କୁନି କୁନି ପିଲାମାନଙ୍କୁ I ଘଟଣା ଟି ପ୍ରଘଟ ହେବା ପରେ ସ୍ଥାନୀୟ ବିଧାୟକ ପହଂଚିଥିଲେ ବିଦ୍ୟାଳୟ ରେ I ଏହା ପରେ ସାକ୍ଷୀଗୋପାଳ ର ଅନ୍ୟ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ I
ବିଦ୍ୟାଳୟ ରେ ଠିକ ପାଠ ପଢା ହେଉଛି କି ନାଇଁ , ଶିକ୍ଷକ ମାନେ ଉପସ୍ଥିତ ରହୁଛନ୍ତି କି ନାଇଁ ଏବଂ ବିଦ୍ୟାଳୟ ର ସମସ୍ୟା ବୁଲି ତଦାରଖ କରିଥିଲେ ନିଜେ ଜିଲ୍ଲାପାଳ I
ଯେଉଁଠି ସମସ୍ୟା ରହିଛି ତାହାର ସମାଧାନ କରିବାକୁ ତୁରନ୍ତ ନିର୍ଦେଶ ମଧ୍ୟ ଦେଇଥିଲେ I ଜିଲ୍ଲାପାଳ ଙ୍କ ଅକସ୍ମାତ ପରିଦର୍ଶନ ସତ୍ୟବାଦୀ ଅଂଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି I ସୂଚନା ଥାଉ କି ନିକଟ ଅତୀତ ରେ ଜିଲ୍ଲାପାଳ ଙ୍କ ଅନେକ ଆଖିଦୃଶିଆ କାର୍ଯ୍ୟ କୁ ସାରା ଓଡିଶା ବାସି ପ୍ରଶଂଶା କରିଥିଲେ I ପ୍ରଥମ ଥର ପାଇଁ ନବକଳେବର ରେ ବିଶୃଙ୍ଖଳିତ ସେବାୟତ ମାନଙ୍କୁ ଆଇନ ର ପାଠ ପଢାଇ ପୁରୀରୁ ତଡିପାର କରାଇ ପଳାତକ ଘୋଷଣା କରିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ଙ୍କ ପ୍ରତି ପୁରୀ ବାସୀଙ୍କର ଭଲପାଇବା ବଢି ଯାଇଥିଲା I ଖାଲି ଏତିକି ନୁହେଁ ଲୋକ ମାନଙ୍କ ପାଇଁ କାମ କରୁନଥିବା 18 ଜଣ ସରକାରୀ କର୍ମଚାରୀ ଙ୍କୁ ଗୋଟିଏ ଦିନରେ ନିଲମ୍ବିତ କରିଥିଲେ I
କିଛିଦିନ ତଳେ ଗାଁ କୁ ଅପରିଷ୍କାର କରୁଥିବା ଏବଂ ଖୋଲା ରେ ଶୌଚ କରୁଥିବା ଅଭିଯୋଗ ଆସିବା ପରେ ପିପିଲି ର କିଛି ଗାଁ ରେ ପରିମଳ ବ୍ୟବସ୍ତା ତଦାରଖ ପାଇଁ ପାହାନ୍ତା ପହର ରେ ନିଜେ ଜିଲ୍ଲାପାଳ ପହଂଚି
ଲୋକ ମାନଙ୍କୁ ଗାଳି ଗୁଲଜ କରିବା ସହିତ ବୁଝାଇଥିଲେ ଏବଂ ଦ୍ୱିତୀୟବାର ଭୁଲ୍ କଲେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଇବା ପାଇଁ ଧମକ ଦେଇଥିଲେ I