ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବରିଷ୍ଠ ବିଜେଡି ନେତା ଦାମ ରାଉତ ଙ୍କୁ ବିରୋଧ କରି ଜିଲ୍ଲା ସଭାପତି ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ହେଇ ଦାମ ଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଥିଲେ I ଏହାର ଜବାବ ଦେଇଛନ୍ତି ଆଜି ଦାମ ଙ୍କ ସମର୍ଥକ ମାନେ I ଜଗତସିଂହପୁର ଏରସମା ବାଲିକୁଦା ଅଂଚଳରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଏକାଠି ହେଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଏବଂ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି I
ଜିଲ୍ଲା ସଭାପତି ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ଙ୍କୁ ଆଗାମୀ ଦିନରେ ଏରସମାରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସମର୍ଥକ ମାନେ I ଏବଂ ସଂଗୀନ ଅଭିଯୋଗ ଆଣିଛନ୍ତି ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ଙ୍କ ବିରୁଧରେ I ଦୁଇଜଣ ଯାଙ୍କ ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ,ଏରସମା ରେ କୌଣସି ଆଖିଦୃଶିଆ ଉର୍ନ୍ନତି ହେଇନି I ଅର୍ଥ ସବୁ ବାଟମାରଣା ହେଉଛି I ତୁରନ୍ତ ଦୁଇଜଣଙ୍କୁ ଦଳରୁ ବହିଷ୍କାର କରିବାକୁ ସମର୍ଥକ ମାନେ ଦାବି କରିଛନ୍ତି I