୨୨,ସେପ୍ଟେମ୍ବର,
ଆଜି ତାଳଚେର ଆସିଛନ୍ତି ମୋଦି,ଏହା ଆମ ସମସ୍ତଙ୍କୁ ଜଣା।ହେଲେ ଆଜି ର ତାଳଚେର ରେ ନିଜର ବକ୍ତବ୍ୟ ସମୟରେ ମୋଦି କହିଛନ୍ତି ଯେ ଓଡ଼ିଶା ରେ ଯେଉଁ ଲୋକ ମାନଙ୍କୁ ୧ ଟଙ୍କା ରେ ଚାଉଳ ମିଳୁଛି ସେଥି ପାଇଁ ପ୍ରତି କିଲୋ ପିଛା ୨୫-୩୦ ଟଙ୍କା ଦେଉଛି କେନ୍ଦ୍ର ସରକାର ଓଡ଼ିଶା ସରକାର ଙ୍କୁ।
ସେଥି ପାଇଁ ହିଁ ଓଡ଼ିଶା ସରକାର ଦେଇ ପାରୁଛନ୍ତି ଏକ ଟଙ୍କା ରେ ଚାଉଳ। ମୋଦି ଏହା ମଧ୍ୟ କହିଛନ୍ତି ଯେ ଏହି କଥା ଓଡ଼ିଶା ର ଅନେକ ଲୋକ ଙ୍କୁ ମଧ୍ୟ ଜଣା ନାହିଁ ଯେ ଏହି ୧ ଟଙ୍କା ଚାଉଳ ପାଇଁ ଟଙ୍କା ଦିଲ୍ଲୀ ରୁ ଆସୁଛି।
ଏହି ଯୋଜନା ପାଇଁ କେନ୍ଦ୍ର ସରକାର ନବୀନ ବାବୁ ଙ୍କ ସରକାର ଙ୍କୁ ପ୍ରତି ମାସ ରେ ପାଖା ପାଖି ୪୫୦ କୋଟି ଟଙ୍କା ଦେଉଛନ୍ତି ବୋଲି କହିଛନ୍ତି ନରେନ୍ଦ୍ର ମୋଦି।