ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ପାଦ ଦେଲେ ଅଭିନୟ ଜଗତରେ

ଓଡ଼ିଆ ସଂଗୀତ ଦୁନିଆରେ ନିଜର ତିଆରି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ I କେବଳ ଯୁବ ପିଢ଼ି ନୁହେଁ ସାରା ଓଡିଶା ବାସି ତାଙ୍କ ସଂଗୀତ ରେ ଦିୱାନା I କେତେବେଳେ ହଳଦୀ ଗିନା ,ରାନୁ ଲୋ ରାନୁ ରେ ଶ୍ରୋତା ଙ୍କୁ ନଚେଇ ଛନ୍ତି ତ କେତେବେଳେ ସଜା ଗୀତରେ କନ୍ଦେଇଛନ୍ତି ଆଉ କେତେବେଳେ ଭକ୍ତି ର ସଂଗୀତ ରେ ଦର୍ଶକ ଙ୍କୁ ଗମ୍ଭୀର କରିଦେଇଛନ୍ତି I ଓଡ଼ିଶାରେ ଅସୀମା ଙ୍କ ବୋଧହୁଏ ସର୍ବାଧିକ ଫଲୟର I ଫେସବୁକ ରେ ତ ତାଙ୍କ ନାମରେ ସର୍ବାଧିକ ଫ୍ୟାନ ପେଜ୍ ଖୋଲିଛନ୍ତି ତାଙ୍କ ସମର୍ଥକ ଯେଉଁଥିରେ ଲକ୍ଷାଧିକ ଫଲୟର I

ତେବେ ସମସ୍ତଙ୍କୁ ସଂଗୀତ ରେ କିମିଆ କରିଥିବା ଅସୀମା ମଧ୍ୟ ଦେଖିବାକୁ ଖୁବ ସୁନ୍ଦର କୌଣସି ନାୟିକା ଙ୍କ ଠାରୁ ବି କମ ନୁହନ୍ତି ,ସବୁବେଳେ ତାଙ୍କ ଫଲୟର ମାନେ ଚାଁହୁଥିଲେ କି ଅସୀମା ମଧ୍ୟ ସିନେମା କରନ୍ତୁ କିନ୍ତୁ କେବେ ଚଳଚିତ୍ର ରେ ଆସିନଥିଲେ ସେ I ଏବେ କିନ୍ତୁ ତାଙ୍କୁ ଦେଖିବାକୁ ମିଳିବ ଏକ ନୂଆ ଚଳଚିତ୍ର ରେ I

ଯେଉଁଥିରେ କି ସେ ଏକ ମୁଖ୍ୟ ଚରିତ୍ର ରେ ଆସୁଛନ୍ତି ଅବଶ୍ୟ ତାଙ୍କ ଚରିତ୍ର ବହୁତ ଛୋଟ ଅଛି କାହାଣୀରେ କିନ୍ତୁ ବହୁତ ଦମଦାର ବୋଲି କହିଛନ୍ତି I ତେବେ ନାୟକ ହେଉଛନ୍ତି ଓଲିଯୁଡ଼ ର ପାଗଳପ୍ରେମୀ ସବ୍ୟସାଚୀ ଏବଂ ନାୟିକା ମୋଷ୍ଟ ଟ୍ୟାଲେଣ୍ଟେଡ ଏଲିନା I ନିଜେ ସବ୍ୟସାଚୀ ଏବଂ ଅସୀମା ଏକଥା ଜଣାଇଛନ୍ତି ଯେ ଆଗାମୀ ଚଳଚିତ୍ର ମାଲ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି ରେ ଅସୀମା ଏକ ବିଶେଷ ଭୂମିକା ରେ ଆସୁଛନ୍ତି I

ତେବେ ଗାୟିକାରୁ ଚଳଚିତ୍ର ରେ ପାଦ ଦେଇଥିବା ଅସୀମା ଙ୍କୁ ଆଗାମୀ ସମୟରେ ନାୟିକା ଭାବରେ ତାଙ୍କ ସମର୍ଥକ ମାନେ ନିହାତି ଭାବରେ ଦେଖିବାକୁ ଚାହିଁବେ I

Leave a Reply

Your email address will not be published. Required fields are marked *