ଶ୍ରେଷ୍ଠ ନାୟକ ଏବଂ ନାୟିକା ଭାବେ ଲିପି ଏବଂ ସୁବାଶିଷ ଙ୍କୁ 2018 ତରଙ୍ଗ ପରିବାର ଆୱାର୍ଡ ,ଦେଖନ୍ତୁ ଆଉ କିଏ କିଏ ପାଇଲେ

ମନୋରଞ୍ଜନ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଟିଭି ଚାନେଲ ତରଙ୍ଗ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ 2018 ପାଇଁ ଶ୍ରେଷ୍ଠ ଧାରାବାହିକ ର ନାୟିକା ଏବଂ ନାୟକ ସହିତ ଶ୍ରେଷ୍ଠ ଧାରାବାହିକ ଏବଂ ଅନ୍ୟାନ୍ୟ ଆୱାର୍ଡ ଦିଆଯାଇଥିଲା I ଏହା ଗତ ଡିସେମ୍ବର 16ତାରିଖ ଅନୁଗୁଳ ର ନାଲକୋ ନଗରରେ ଆୟୋଜନ କରାଯାଇଥିଲା I ପ୍ରବଳ ଉତ୍ସାହ ଏବଂ ଭଲପାଇବା ସହିତ ଆରମ୍ଭ ହେଇଥିଲା ଏହି କାର୍ଯ୍ୟକ୍ରମ Iଦୁର୍ଗା ଧାରାବାହିକ ର ନାୟକ ସୁବାଶିଷ ଶ୍ରେଷ୍ଠ ନାୟକ ଆୱାର୍ଡ ପାଇଥିବା ବେଳେ ଦୁର୍ଗା ଅଭିନୟ କରିଥିବା ଅର୍ପିତା କର ପାଇଛନ୍ତି ଶ୍ରେଷ୍ଠ ମା ଆୱାର୍ଡ I

ତାରାତାରିଣୀ ଧାରାବାହିକ ର ନାୟିକା ଲିପି ମହାପାତ୍ର ଶ୍ରେଷ୍ଠ ନାୟିକା ର ଆୱାର୍ଡ ହାତେଇ ନେଇଛନ୍ତି I

ଏହାସହିତ ଦୁର୍ଗା ଧାରାବାହିକ କୁ ଶ୍ରେଷ୍ଠ ଧାରାବାହିକ ଭାବେ ଆୱାର୍ଡ ଦିଆଯାଇଛି I ଡିସେମ୍ବର 30ରେ ତରଙ୍ଗ ଚାନେଲ ରେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ I

Leave a Reply

Your email address will not be published. Required fields are marked *