ଓଡ଼ିଆ ଲୋକମାନେ ସବୁସ୍ଥାନରେ ନିଜର କାର୍ଯ୍ୟଶୈଳୀ ପାଇଁ ଉଞ୍ଚ ପ୍ରସଂଶିତ ହେଇପାରିଛନ୍ତି I ତେବେ ତେଲେଙ୍ଗାନା ରେ ବି ଦେଖିବାକୁ ମିଳିଛି ପୁଣିଜଣେ ଓଡ଼ିଆ ଆଇପିଏସ ଅଫିସର ଙ୍କ ପ୍ରଶଂସନୀୟ କାର୍ଯ୍ୟ I
ତେଲେଙ୍ଗାନା ର ୱାନାପର୍ଥି ଜିଲ୍ଲାରେ ଜିଲ୍ଲାପାଳ ଭାବରେ ନିଯୁକ୍ତ ହେଇଥିଲେ 2011 ମସିହା ବ୍ୟାଚ ର ଆଇପିଏସ ଅଫିସର ଶ୍ଵେତା ମହାନ୍ତି Iୱାନାପର୍ଥି ଜିଲ୍ଲା ତାଙ୍କ ପାଇଁ ଥିଲା ଚାଲେଞ୍ଜ I
ସେଠାରେ ମୁଖ୍ୟ ଅସୁବିଧା ଥିଲା ମହିଳାଙ୍କ ସମସ୍ୟା I ମହିଳା ମାନେ ବିଭିର୍ଣ୍ଣ ସମସ୍ୟାରେ ପୀଡିତ ଥିଲେ ,ଜିଲ୍ଲାରେ ପ୍ରଥମ କାରଣ ଥିଲା ଆନେମିଆ I ମହିଳା ମାନେ ଏହି ରୋଗରେ ଶିକାର ହେଉଥିଲେ Iଜିଲ୍ଲାର ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହାର ହାର ଥିଲା ଶତକଡା 40% I ଶ୍ୱେତI ଙ୍କ ପ୍ରଥମ ପଦକ୍ଷେପ ଥିଲା ମହିଳାଙ୍କ ସଚେତନ ,
ସମଥା ନାମରେ ଏକ ପ୍ରୋଜେକ୍ଟ କରି 8000 ଯୁବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ମହିଳାମାନଙ୍କର ମାସିକ ପରିବର୍ତନ ରେ ପରିସ୍କାର ପରିଚ୍ଛର୍ଣ୍ଣ ନରହିବା ମଧ୍ୟ ଏହି ରୋଗର ମୁଖ୍ୟ କାରଣ ଥିଲା ତେବେ ମାତ୍ର 6ମାସ ମଧ୍ୟରେ ସମଗ୍ର ଜିଲ୍ଲାରେ ଏହା 4% କମିଯାଇଥିଲା ଯାହାକି ପରବର୍ତୀ ମୁହୁର୍ତରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା I
ଏହା ସହିତ ମହିଳା ସଶକ୍ତିକରଣ କୁ ଅଧିକ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ I
ଶିକ୍ଷା: ଶିକ୍ଷା ହିଁ ସଚେତନ ସେଥିପାଇଁ ଯୁବବର୍ଗ ଙ୍କୁ ଶିକ୍ଷା ଆକୃଷ୍ଟ କରିଥିଲେ ଜିଲ୍ଲାପାଳ I ପ୍ରତି ବିଦ୍ୟାଳୟରେ ଆବଶ୍ୟକ କମ୍ପୁଟର ଯୋଗାଇ ସମସ୍ତଙ୍କୁ ଉର୍ଣ୍ଣତ ଜ୍ଞାନ କୌଶଳ ବିଷୟରେ ଶିକ୍ଷା ଦିଆଗଲା ଇଣ୍ଟରନେଟ ଗୁଗୁଲ ରୁ ଯେକୌଣସି ବିଷୟରେ ଶିକ୍ଷା ପାଇଁ ଜ୍ଞାନ ଇଣ୍ଟରନେଟ ବ୍ୟବହାର, ମେଲ ,ଇତ୍ୟାଦି ସରକାରୀ ବିଦ୍ୟାଳୟ ରେ ପ୍ରଶିକ୍ଷଣ ଦିଆଗଲା I
ବାଦାମ ପ୍ରୋସେସ ୟୁନିଟ :
ୱାନାପର୍ଥି ଜିଲ୍ଲା ର ପାଣିପାଗ ବାଦାମ ପାଇଁ ଉପୟୁକ୍ତ ଥିଲେ ମଧ୍ୟ ସେଠାରେ ବାଦାମ ର ମୂଲ୍ୟ ବହୁତ ଅଧିକ ଥିଲା I ତେଣୁ ଜିଲ୍ଲାରେ କୃଷକ ମାନଙ୍କ ପାଇଁ ଟିମ୍ ଦ୍ୱାରା ବୈଷୟିକ ଶିକ୍ଷା ଜ୍ଞାନ ପ୍ରଶିକ୍ଷଣ ଦେଇଥିଲେ ଜିଲ୍ଲାପାଳ I ସରକାର ଙ୍କ ତରଫରୁ ଅତି ସୁବିଧାରେ ବିହନ ଯୋଗାଇଦେବାର ବନ୍ଦବୋସ୍ତ କରାଇଥିଲେ Iଯାହାଦ୍ୱାରା ଅତି କମ ସମୟରେ ଚାଷୀ ମାନେ କମ ଖର୍ଚରେ ଅଧିକ ଲାଭ ପାଇପାରିଲେ I ଚାଷୀମାନଙ୍କ ଉର୍ନତି ହେଲା I ପ୍ରତି ପଂଚାୟତରେ ବାଦାମ ପ୍ରୋସେସ ୟୁନିଟ ତିଆରି କରାଗଲା I ଯେଉଁଥିରେ କି ଗାଁ ରୁ ବେକାରୀ ଯୁବକ ଯୁବତୀ ମାନେ ନିଯୁକ୍ତ ପାଇଥିଲେ I ବାଦାମ ପ୍ରୋସେସ ୟୁନିଟ ରୁ ମିଠା ଘିଅ ,ତେଲ ତିଆରି କରାଯାଇ ବଜାରରେ ବିକ୍ରି କରାଯାଉଥିଲା I
ଭୋଟ ହାର ବୃଦ୍ଧି :ଗ୍ରାମାଞ୍ଚଳ ରେ ଲୋକମାନଙ୍କ ଭୋଟ ପ୍ରତିଶତ ବହୁ କମ ତେଣୁ ନିଜେ ଜିଲ୍ଲାପାଳ ଯୁବପିଢ଼ି ମାନଙ୍କୁ ସଚେତନ କରାଇ ସେମାନଙ୍କୁ ଭୋଟ ପ୍ରତି ଆକର୍ଷିତ କରାଇଥିଲେ ଯାହାଫଳରେ ଲୋକଙ୍କ ଦ୍ୱାରା ସଠିକ ନେତା ଚୟନ କରାଯାଇପାରିବIଜିଲ୍ଲାପାଳ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଆଜି ୱାନାପର୍ଥି ଜିଲ୍ଲା ସାରା ତେଲେଙ୍ଗାନା ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି I ତେବେ ସବୁଠୁ ଗର୍ବର କଥା ହେଉଛି କି ଶ୍ଵେତା ମହାନ୍ତି ଜଣେ ଓଡ଼ିଆ ଅଫିସର ପ୍ରସନ ମହାନ୍ତିଙ୍କର ଝିଅ ଅଟନ୍ତି I ବାପା ହାଇଦ୍ରାବାଦ ରେ ରହୁଥିବାରୁ ସେଠାରେ ଜନ୍ମ ନେଇଥିଲେ ଶ୍ଵେତା I