ଦେଶର 42 ଯବାନ ଙ୍କ ସହିଦ ରେ ସାରା ଦେଶ ଶୋକ ମନାଉଥିବା ବେଳେ ବିଭିର୍ଣ୍ଣ ସଂସ୍ଥା ତରଫରୁ ସହିଦ ଙ୍କ ପରିବାର ପ୍ରତି ସହାନୁଭୂତି ଜଣାଇ ଶ୍ରଦ୍ଧାଞ୍ଜଳି ସ୍ୱରୂପ କିଛି ସହାୟତା କରୁଛନ୍ତି I ଏହି କ୍ରମରେ ନେତାଙ୍କ ଠାରୁ ସିନେ ଷ୍ଟାର ଙ୍କ ପର୍ଯ୍ୟନ୍ତ ସମସ୍ତ କଳାକାର ସାମିଲ ହେଇ ନିଜ ସକ୍ଷମ ଅନୁଯାଇ ସହାୟତା ର ହାତ ବଢ଼ାଇ କିଛି ଆର୍ଥିକ ସାହାଯ୍ୟ କରୁଥିବା ବେଳେ ଜଣେ ଵୃଦ୍ଧା ମା ଙ୍କ ସାହାଯ୍ୟ ପରିମାଣ ଏବେ ଜୋରଦାର ଚର୍ଚା ଧରିଛି I
ମିଳିଥିବା ସୂଚନା ଅନୁଯାଇ ଅଜମେର ବଜରଙ୍ଗଗଢ଼ ମାତା ଅମ୍ବେ ମନ୍ଦିରଠାରେ ଦୀର୍ଘ ଦିନ ଧରି ଭିକ୍ଷା ମାଗି ଚଳୁଥିବା ଦେବକୀ ଶର୍ମା ଏବେ ଚର୍ଚାରେ I ଦେବକି ତାଙ୍କ ଭିକ୍ଷା ବୃତିରୁ ଯାହାବି ସଞ୍ଚୟ କରିଥିଲେ ସମସ୍ତ ଅର୍ଥରାଶି କୁ ସହିଦ ଙ୍କୁ ଅର୍ପଣ କରାଯାଇଛି I ସେ ଆଉ ଇହଧାମ ରେ ନାହାନ୍ତି I କିନ୍ତୁ ସମସ୍ତ ସଞ୍ଚିତ ରାଶିକୁ ଦେବୀକା ବ୍ୟାଙ୍କ ଅଫ୍ ବରୋଡା ରେ ଜମା କରି ଲେଖିଥିଲେ କି କୌଣସି ଏକ ଭଲ କାମରେ ଏହାକୁ ବିନିଯୋଗ କରିବାକୁ I ନୋମିନି ଭାବରେ ମନ୍ଦିର ଟ୍ରଷ୍ଟି ସନ୍ଦୀପ ଙ୍କୁ ରଖିଥିଲେ I
ଏହି ଅର୍ଥର ପରିମାଣ ପାଖାପାଖି ୬ଲକ୍ଷ ୬୧ ହଜାର ୬ ଶହ ଟଙ୍କା I ତେବେ
ତାଙ୍କ ଶେଷ ଇଛା କୁ ସନମାନ ଜଣାଇ ବ୍ୟାଙ୍କ ଏବଂ ମନ୍ଦିର ଟ୍ରଷ୍ଟ ସନ୍ଦୀପ ମିଳିତ ଭାବେ ମିଶି ସମସ୍ତ ଅର୍ଥରାଶି କୁ ସହିଦ ଙ୍କ ପରିବାର ଙ୍କୁ ସହାୟତା ଦେଇଦେଇଛନ୍ତି I ଘଟଣା ଏବେ ସୋସିଆଲ ମିଡିଆରେ ପଭାଇରଲ ହେବାରେ ଲାଗିଛି I