ବିଜେପି ର 5ଲୋକସଭା ପ୍ରାଥୀ ଘୋଷଣା ,ପୁରୀରୁ ସମ୍ବିତ, କଳାହାଣ୍ଡି ରୁ ବସନ୍ତ ପଣ୍ଡା ,ଜାଣନ୍ତୁ ଆଉ କିଏ କେଉଁଠୁ

ପୂର୍ବରୁ ବିଜେପି ର 100 ବିଧାୟକ ପ୍ରାଥୀ ଏବଂ 10ଲୋକସଭା ପାଇଁ ଘୋଷଣା ହେଇଥିବା ବେଳେ ଗତକାଲି ଅବଶିଷ୍ଟ ଆସନରୁ 5ଜଣଙ୍କ ନାମ ଘୋଷଣା ହେଇଚି Iପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କୋରାପୁଟ ପାଇଁ ଜୟରାମ ପାଙ୍ଗୀ ମନୋନୀତ ହେଇଥିବା ବେଳେ, ବରଗଡ ପାଇଁ ସୁରେଶ ପୁଜାରୀ, ସମ୍ବଲପୁର ପାଇଁ ନୀତେଶ ଗଙ୍ଗଦେବ,କଳାହାଣ୍ଡି ପାଇଁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଏବଂ ପୁରୀ ପାଇଁ ସମ୍ବିତ ପାତ୍ର ଙ୍କ ନାମ ଦଳ ଘୋଷଣା କରିଛି I

ଏହା ସହିତ ପୁରୀ ଆସନ ପାଇଁ ଜୋରଦାର ଚର୍ଚା ହେଉଥିବା ବେଳେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଲୋକସଭା ପାଇଁ ଲଢ଼ିବା ବିଜେପି ଶିବିର ରେ ଖୁଶି ଆଣିଦେଇଛି Iକିଛିଦିନ ଧରି ପୁରୀର ବିଭିର୍ଣ୍ଣ କାର୍ଯ୍ୟ ରେ ହଠାତ ସମ୍ବିତ ଙ୍କୁ ଦେଖିବାକୁ ମିଳିଥିଲା ,ଅନୁମାନ କରାଯାଉଥିଲା କି ପୁରୀରୁ ସମ୍ବିତ ଲଢ଼ିବେ

I ସମ୍ବିତ ଜଣେ ଜାତୀୟ ସ୍ତରରେ ପରିଚିତ ଯୁବ ନେତା ହେଇଥିବା ବେଳେ ପ୍ରଥମ ଥର ପାଇଁ ଓଡିଶାରୁ ଲଢ଼ିବାକୁ ଯାଉଛନ୍ତି , ଅପରପକ୍ଷରେ ସମ୍ବିତ ଙ୍କ ବିପକ୍ଷରେ ବିଜେଡି ତରଫରୁ ପିନାକୀ ମିଶ୍ର ଲଢ଼ିବା ଏକପ୍ରକାର ନିର୍ଚ୍ଚିତ I ସେହିପରି ବସନ୍ତ ପଣ୍ଡା ଏଥରକ ବିଧାୟକ ଭାବେ ନଲଢ଼ି ଲୋକସଭା ପାଇଁ ଲଢ଼ିବାକୁ ଯାଉଛନ୍ତି I

Leave a Reply

Your email address will not be published. Required fields are marked *