ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସତ୍ୟବାଦୀର କଣାସ ବ୍ଲକ୍ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ରେ ମତଦାନ ଚାଲୁଥିବା ସମୟରେ ବୁଥ ବିଧାୟକ ପ୍ରାଥୀ ଓମ ପ୍ରକାଶ ମିଶ୍ର ତାଙ୍କ ସମର୍ଥକ ମାନଙ୍କ ସହିତ ଧସେଇ ପଶି ପ୍ରିଜାଇଡିଂ ଅଫିସର ଙ୍କୁ ଧମକ ଦେବା ସହିତ ,ଇଭିଏମ ଭାଙ୍ଗି ଭୋଟର ମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବାର ଅଭିଯୋଗ ଆସିଥିଲା ଏନେଇ ନିଜେ ପ୍ରିଜାଇଡିଂ ଅଫିସର ଏତଲା ଦେବାପରେ ଘଟଣା ସ୍ଥଳରୁ ଦୁଇ ସମର୍ଥକ ଅଟକ ରହିଥିବା ବେଳେ ଓମ ଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଥିଲା I
ଏପରିକି ଘଟଣା ସ୍ଥଳରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା I ତେବେ କୌଣସି ସ୍ଥାନରେ ଓମ ଙ୍କ ପତ୍ତା ନମିଳିବାରୁ ଶେଷରେ ବାଧ୍ୟ ହେଇ ପୁରୀ ଏସପି ଘୋଷଣା କରିଛନ୍ତି ଯେ ଯଥାଶୀଘ୍ର ଓମ ଆତ୍ମସମର୍ପଣ କରି ପୋଲିସ ଙ୍କୁ ସହଯୋଗ କରନ୍ତୁ ନଚେତ ତାଙ୍କୁ ପଳାତକ ଘୋଷଣା କରାଯିବ I ତେବେ ଏହି ଘଟଣା କୁ ଗତକାଲି ବିଜେପି ଖଣ୍ଡନ କରିବା ସହିତ ବିଜେପି ପ୍ରାଥୀ ଇଭିଏମ ଭଙ୍ଗାରୁଜା ରେ ସମ୍ପୃକ୍ତ ବୋଲି ସଫେଇ ରଖିଥିଲେ I
ସୂଚନା ଥାଉ କି କିଛିଦିନ ତଳେ ମଧ୍ୟ ବିଜେଡି ଟାଣୁଆ ନେତା ପ୍ରଦୀପ ମହାରଥୀ ପ୍ରିଜାଇଡିଂ ଅଫିସର ଙ୍କୁ ମାଡ ମାରି ଗିରଫ ହେଇ ଥାନାରେ ଅଛନ୍ତି I