ଓଡ଼ିଶାରେ ବିଜେପି ର ନୂଆ ସରକାର ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ନଵୀନ ଙ୍କୁ ଡକାଯିବ:ଧର୍ମେନ୍ଦ୍ର

ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ନବୀନ ଙ୍କୁ ଟାର୍ଗେଟ କରି ରାଜ୍ୟରେ ହିଂସା ବଢିଚାଲିଛି ଏଥରକ ନବୀନ ବାବୁ ବିଦାୟ ହେବା ନିର୍ଚ୍ଚିତ ବୋଲି କହିଥିଲେ I ଏହାର ଜବାବରେ ଗତକାଲି ମୁଖ୍ୟମନ୍ତ୍ରୀ ବିଜେପି ଏବଂ ମୋଦିଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଥିଲେ କି ଓଡ଼ିଶାରେ ବିଜେଡି କୁ ବିପୁଳ ଜନସମର୍ଥନ ମିଳିସାରିଲାଣି ବିଜେଡି ସରକାର ର ମନ୍ତ୍ରୀମଣ୍ଡଳ ଶପଥ ସମୟରେ ମୋଦି ଅତିଥି ଭାବରେ ଯୋଗ ଦେବାକୁ ନବୀନ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ I ତେବେ ଆଜି ପୁଣିଥରେ ଏହି ପ୍ରସଙ୍ଗ ଜୋର ଧରିଛି

I ଧର୍ମେନ୍ଦ୍ର କହିଛନ୍ତି କି ରାଜ୍ୟରେ ହିଂସା ବଢିଚାଲିଥିବା ବେଳେ 19ବର୍ଷ ଧରି ସରକାରରେ ଥିବା ନବୀନ ପଟନାୟକ ରାଜ୍ୟର କୌଣସି ବିକାଶ କରିନାହାନ୍ତି ତେଣୁ ଏଥରକ ସାଧାରଣ ଜନତା ହୃଦୟଙ୍ଗମ କରିସାରିଲେଣି I ମୋଦି ଙ୍କ ଭରଷାରେ ଏଥରକ ବିଜେପି କୁ ବହୁମତ ମିଳିବାରେ ଲାଗିଛି ଏବଂ ଏକ ପରିବର୍ତନ ହେବାକୁ ଯାଉଛି I ତେଣୁ ରାଜ୍ୟରେ ବିଜେପି ସରକାର ଗଢିଲେ ଶପଥ ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବରେ ନିମନ୍ତ୍ରଣ କରାଯିବ I

Leave a Reply

Your email address will not be published. Required fields are marked *