ଫଣି ରେ ପୁରୀ ଓ ଭୁବନେଶ୍ୱର ରେ ବ୍ୟାପକ କ୍ଷୟକ୍ଷତି ଦ୍ଵାରା ବିଜୁଳି ସଂଯୋଗ ରେ ବ୍ୟାପକ ବାଧା ଉପୁଜିଥିଲା।
ଏପରିକି ଶ୍ରୀ ମନ୍ଦିର ରେ ମଧ୍ୟ ଆଜି ଯାଏଁ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିଲା। ଏହି ପାଇଁ ଯୁଧ୍ୟ କାଳୀନ ଭିତ୍ତି ରେ କାର୍ଯ୍ୟ କରାଯାଇ ଭୁବନେଶ୍ୱର ର ପ୍ରାୟ ସମସ୍ତ ଅଞ୍ଚଳ କୁ ବିଦ୍ୟୁତ୍ ସଂଯୋଗ ମିଳି ସାରିଛି।
ପରେ ପରେ ଆଜି ହିଁ ସଂଧ୍ୟା ରେ ପୁରୀ ଶ୍ରୀ ମନ୍ଦିର କୁ ମିଳିଛି ବିଦ୍ୟୁତ୍ ସଂଯୋଗ। ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇରରେ ଜଣାଇଛନ୍ତି।
ଏହା ସହ ସହ ଶ୍ରୀ ମନ୍ଦିର ର ଆଲୋକ ପୂର୍ଣ୍ଣ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଶ୍ରଦ୍ଧାଳୁ ମାନେ ଏହି ପୋଷ୍ଟ କୁ ମଧ୍ୟ ଅନେକ ଭଲ ପାଇବା ସହ ସେୟାର କରିଛନ୍ତି।