ଅଭିନୟ ରୁ ସନ୍ୟାସ ନେବେ ଅନୁଭବ ! ଆଗାମୀ ଦିନରେ ଫିଲ୍ମ କୁ ନେଇ ଏପରି କହିଲେ

କେବଳ କେନ୍ଦ୍ରାପଡା ପାଟକୁରା କୁ ଛାଡି ଅନ୍ୟ ସମସ୍ତ ଆସନ ରେ ମତଦାନ ସରିଯାଇଥିବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି କେନ୍ଦ୍ରାପଡା I ବୈଜୟନ୍ତ ଏବଂ ବିଜେଡି ମଧ୍ୟରେ ହେଇଥିବା ଟକ୍କର ରେ ଅନୁଭବ ଙ୍କ ଜୋରଦାର ପ୍ରଚାର ରେ ମୈଦାନ କୁ ଓଲ୍ହାଇଥିଲେ ବାବୁଶାନ I ଅନୁଭବ ଙ୍କ ନାମ ନନେଇ ପରୋକ୍ଷ ଭାବରେ କହିଥିଲେ କି କେନ୍ଦ୍ରାପଡା ରେ ରିଲ୍ ନୁହେଁ ରିଅଲ ହିରୋ ଦରକାର I

ଅନ୍ୟପକ୍ଷରେ ଅନୁଭବ ବୈଜୟନ୍ତ ଙ୍କ ବିରୁଧରେ ନିର୍ବାଚନ ଲଢ଼ିଥିବା ବେଳେ ବୈଜୟନ୍ତ ଙ୍କ ପାରିବାରିକ ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନରେ ରେ ନିର୍ମିତ ଚାରି ଚାରୋଟି ସୁପର ହିଟ ଚଳଚିତ୍ର ରେ ନଜର ଆସିଥିଲେ ଅନୁଭବ I ବିଶେଷ କରି ଗପ ହେଲେ ବି ସତ ରେ ଅନୁଭବ ଙ୍କ ଦମଦାର ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରାଇପାରିଥିଲା ଏଥିରେ କୌଣସି ସନ୍ଦେହ ନାହିଁ I ତେବେ ବୈଜୟନ୍ତ ଙ୍କ ବିରୁଧରେ ଲଢ଼ିବା ପରେ

ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି କି ଅନୁଭବ ଙ୍କୁ ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ କୌଣସି ସିନେମା ମିଳିବ ନାହିଁ ଯଦିଓ ଏନେଇ ସମ୍ପୃକ୍ତ ସଂସ୍ଥା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

ନିକଟରେ ଏକ ଘରୋଇ ଟିଭି ଚାନେଲ ର ସାକ୍ଷାତକାର ରେ ଅନୁଭବ ଙ୍କୁ ପଚାର ଯାଇଥିଲା କି ତରଙ୍ଗ ସିନେ ପ୍ରଡକ୍ସନ ରେ ସେ ଆଉ ଫିଲ୍ମ କରିବେ କି ନାହିଁ ? ଏହାର ଜବାବ ଦେଇ ଅନୁଭବ କହିଛନ୍ତି ଯେ କେନ୍ଦ୍ରାପଡା ସାଂସଦ ଭାବେ ଲୋକଙ୍କ ବିପୁଳ ସମର୍ଥନ ତାଙ୍କ ସହିତ ରହିଛି I ସେ ବିଜୟୀ ହେବେ ଏବଂ ବିଜୟ ପରେ ଲୋକଙ୍କ ପାଇଁ କାମ କରିବେ I ଏବେ ରାଜନୀତି ପାଇଁ ଅଧିକ ସମୟ ଦେବେ I ଚଳଚିତ୍ର କଥା ଏବେ ସେ ଆଉ ଭାବିନାହାନ୍ତି I

ଯଦି ଭବିଷ୍ୟତରେ ସେଭଳି ସମାଜ ପାଇଁ ଭଲ ବାର୍ତା ଥିବା କୌଣସି ଚଳଚିତ୍ର ର ଅଫର ତାଙ୍କୁ ମିଳେ ତେବେ ସେ କେନ୍ଦ୍ରାପଡା ଲୋକଙ୍କ ଠାରୁ ଅନୁମତି ନେଇ ଅଭିନୟ କରିବେ I

Leave a Reply

Your email address will not be published. Required fields are marked *