ସୋସିଆଲ ମିଡିଆରେ ବୁଲୁଛି ଏକ ଭିଡିଓ ଯେଉଁଥିରେ କି କୁହାଯାଇଛି ବୈଜୟନ୍ତ ଏବଂ ବିଜୟ ଙ୍କ ସମର୍ଥକ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଲାଗି ରହିଛି I ବିଜୟ ଙ୍କ ପାଇଁ ସମସ୍ୟା ,ଦଳ ପକ୍ଷରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି I ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ଏଥିରେ ଓଟିଭି ର ଲୋଗ ରହିଛି Iଏମିତିରେ ତ ଆପଣ ଜାଣିଥିବେ ଓଟିଭି ର ମାଲିକ ବୈଜୟନ୍ତ ପଣ୍ଡା ,ସେ ବିଜେପି ର ହେଇଥିବା ବେଳେ ତାଙ୍କ ଚାନେଲ ର ଏକ ଭିଡିଓ ରେ ବିଜୟ ଙ୍କୁ ବିରୋଧ ସମସ୍ତଙ୍କୁ ଚକିତ କରିଦେଇଥିଲା I
ଏହାକୁ ନେଇ ବୈଜୟନ୍ତ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ଏହା ଏକ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ତଥା ନକଲି ଭିଡିଓ I ଓଟିଭି ରେ ସେଭଳି କୌଣସି ଖବର ପ୍ରସାରଣ କରାଯାଇନାହିଁ ,ଓଟିଭି ର ଭାବମୂର୍ତ୍ତି ମଳିନ କରିବା ସହିତ ନିର୍ବାଚନ ପୂର୍ବରୁ ମତଦାତା ଙ୍କ ଉପରେ ଏପରି ପ୍ରଭାବ ପକାଇବା ପାଇଁ ଏହା ଏକ ଷଡଯନ୍ତ୍ର
I ଏନେଇ ସେ ଆଇନ ର ଆଶ୍ରୟ ନେବେ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ସେ ଅନୁରୋଧ କରିଛନ୍ତି ,ଏପରିକି ଆହୁରି କହିଛନ୍ତି ଯେ ସେ ବିଜୟ ଙ୍କ ପ୍ରଚାର ରେ ନିଜେ ଯାଇଥିଲେ ଏବଂ ବିଜୟ ଙ୍କ ଭଳି ରାଜନେତା ବିରଳ ସେ ନିହାତି ଭାବରେ ବିଜୟୀ ହେବା ଆବଶ୍ୟକ ଏବଂ ବିଧାନସଭା କୁ ତାଙ୍କ ଉପସ୍ତିତି ଆବଶ୍ୟକ I