ଟ୍ରାଫିକ ନିୟମ କୁ କଡାକଡି କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ବିଶେଷତଃ ଭାବରେ ହେଲମେଟ ଏବଂ ମଦ୍ୟପାନ କୁ ଜୋରଦାର ଚେକିଂ କରାଯାଉଛି I ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କୁ ମୋଟା ଅଙ୍କର ଫାଇନ କଟାଯାଉଛି I ଏପରିକି ହେଲମେଟ ପିନ୍ଧିବା ପାଇଁ ବିଭିର୍ଣ୍ଣ ଅଭିନେତା ମାନେ ସଚେତନତା କରୁଥିବା ମଧ୍ୟ ଦେଖାଯାଉଛି କିନ୍ତୁ ଓଲିୟୁଡ଼ ର ଲୋକପ୍ରିୟ ଅଭିନେତା ବାବୁଶାନ ବିନା ହେଲମେଟ ରେ ବାଇକ ଚଳାଇ ଫାଇନ ଦେଇଛନ୍ତି I ସୂଚନା ଅନୁଯାଇ କିଛିଦିନ ତଳେ ବାବୁଶାନ ସନ୍ଧ୍ୟା ସମୟରେ ବିନା ହେଲମେଟ ରେ ଏକ ବାଇକ ଚଳାଉଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା I