କ୍ୱାରେଣ୍ଟାଇନ ରେ ରହୁଥିବା ପ୍ରବାସୀ ଓଡ଼ିଆ ଙ୍କ 14ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗେଇବାକୁ ଅର୍ଦ୍ଧେନ୍ଦୁ ଙ୍କ ଅପିଲ

ଏବେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଚାଲିଥିବା ବେଳେ ଅଧିକାଂଶ ଲୋକ ଯେଉଁମାନେ ଗରିବ ଶ୍ରେଣୀର ଅନ୍ତର୍ଭୁକ୍ତ ସେମାନେ ଖାଦ୍ୟ ସହିତ ପ୍ରତିଦିନ ଲଢେଇ କରୁଛନ୍ତି I ଏଭଳି ଦୁଃସମୟରେ ଅଧିକାଂଶ ମହାନ ବ୍ୟକ୍ତି ମାନେ ସହାୟତା ର ହାତ ବଢ଼ାଇଥିବା ବେଳେ ,ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ହୃଦୟ ଖୋଲି ସହାୟତା ର ହାତ ବଢ଼ାଇ ଛନ୍ତି I ବିଶେଷ କରି ବର୍ତମାନ ସ୍ଥିତି ରେ ପ୍ରବାସୀ ଓଡ଼ିଆ ମାନେ କ୍ୱାରେଣ୍ଟାଇନ ସେଣ୍ଟର ରେ ଥିବାବେଳେ ଖାଦ୍ୟ ସମସ୍ୟା ଦେଖାଯାଉଛି I

ଅର୍ଦ୍ଧେନ୍ଦୁଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ବର୍ତମାନ ସେ ନିଜ ପୈତୃକ ଗ୍ରାମ ପୋଲସରା ରେ ରହୁଛନ୍ତି I ଗଞ୍ଜାମ ଜିଲ୍ଲାର ଗରିବ ଏବଂ ପୋଲସରା ଅଞ୍ଚଳରେ ସଙ୍ଗରୋଧ ରେ 14ଦିନ ପର୍ଯ୍ୟନ୍ତ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଙ୍କୁ ସେ ଖାଦ୍ୟ ଯୋଗାଇ ଦେବାକୁ ଚାଁହୁଛନ୍ତି I ଏନେଇ ପ୍ରସାଶନ ର ଅନୁମତି ଲୋଡିଛନ୍ତି I ପ୍ରସାଶନ ଅନୁମତି ଦେଲେ କ୍ୱାରେଣ୍ଟାଇନ ରେ ରହୁଥିବା ପ୍ରବାସୀ ମାନଙ୍କୁ ସେ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବେ I ସୂଚନା ଥାଉ କି ପୂର୍ବରୁ ଅଧିକାଂଶ ସମୟରେ ତାଙ୍କୁ ଅନାଥ ପିଲା ମାନଙ୍କ ସହିତ ସମୟ ବିତାଉ ଥିବାର ଦେଖିବାକୁ ମିଳିଛି ,ଜଣେ ସେଲିବ୍ରିଟି ହେଇଥିଲେ ମଧ୍ୟ ସବୁବେଳେ ସାଧାରଣ ଲୋକ ଙ୍କ ସହିତ ସମୟ ବିତାଇ ବାକୁ ପସନ୍ଦ କରିଥାନ୍ତି ଏହି ଅଭିନେତା

Leave a Reply

Your email address will not be published. Required fields are marked *