ଯେମିତି ହେଲେ ଜଗି ଙ୍କୁ ବାନ୍ଧ ,ଏବେ ନ ବାନ୍ଧିଲେ ଆଉ ପାରି ହେବନି I ଏବେ ନାବାଳିକା ଦୁଷ୍କର୍ମ ମାମଲା ରେ ଓଟିଭି ଛନ୍ଦି ହେଇପଡିଥିବା ବେଳେ ଯୁଆଡ଼ୁ ଯାହା ବିବାଦ ଅଛି ,ଇମ୍ଫା ଠୁ ଆରମ୍ଭ କରି ଜଗି ଜମି ଯାଏଁ ସବୁ ଏକାଠି କରି ଏତଲା ଦେଇ ଓଟିଭି ଆଉ ଏମଡି ଜଗି ଙ୍କୁ ବାନ୍ଧ ,ଏମିତି ନିର୍ଦେଶ କୁଆଡୁ ଉପରୁ ଆସିଛି ,ଏକଥା ଆମେ କହୁନୁ ସାଧାରଣ ରେ ଚର୍ଚା ହେଉଛି I ନିକଟରେ ଜାତୀୟ ଚାନେଲ ଏବିପି କୁ ପଛରେ ପକାଇ 13ତମ ସ୍ଥାନ ଓଟିଭି ହାସଲ କରିଥିବା ବେଳେ ଏପଟେ ଥାନାରେ ଏତଲା ଦିଆଯାଇଛି ଜଗି ଙ୍କ ନାମରେ I
ନାବାଳିକା ଘଟଣା ବିଚାରାଧୀନ ଥିବାବେଳେ କିଏ ଦୋଷୀ କିଏ ନିର୍ଦୋଷୀ ତାହା ତ ଆମେ କହିବା ଉଚିତ ହେବନି କିନ୍ତୁ ଏହି ସମୟରେ ପୁଣି ଜଗି ଙ୍କ ପାଇଁ ଅଡୁଆ ବଢିଛି I
ଓଟିଭି ଏମଡିଙ୍କ ବିରୋଧରେ ପୁଣି ଆସିଛି ସଙ୍ଗୀନ ଅଭିଯୋଗ।ଆଉ ଏହି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗାଁର ଲୋକେ ମାନେ I ଓଟିଭି ତରଫରୁ ସେଠାରେ ଏକ ନିର୍ମାଣ କାମ ହେଉଥିବା ବେଳେ ଚାଷୀ ମାନେ ଯାଇ ପାରୁନଥିବା ଅଭିଯୋଗ ଆଣିଛନ୍ତି I ଏପରିକି ଜଗି ଙ୍କ ବାପା ସେମାନଙ୍କୁ ଡରେଇ ଧମକେଇ ଚୁପ ରହିବାକୁ କୁଆଡେ କହୁଥିଲେ ବୋଲି ଅଭିଯୋଗ ରେ ଦର୍ଶାଯାଇଛି I
ଏନେଇ ଆଜି ହେଇଛନ୍ତି ଗ୍ରାମବାସୀ I ଅପରପକ୍ଷରେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ଓଟିଭି ର ଅନିରୁଦ୍ଧ ପଣ୍ଡା I ଶ୍ରୀ ପଣ୍ଡା ଙ୍କ କହିବାନୁ ଜାୟୀ ଆଇନ ମୁତାବକ ଜମି କିଣାଯାଇଛି ଏବଂ ଜମିକୁ ଯିବାକୁ ରାସ୍ତା ବି ଛଡାଯାଇଛି I ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ I ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିଛି ଲୋକ ଏହାକୁ ଜାଣିଶୁଣି ଅତି ରଂଜିତ କରି ମିଥ୍ୟା ପ୍ରଚାର ଚଳାଇଛନ୍ତି
ଉପସ୍ଥାପନା :ଗୋପାଳ ଚନ୍ଦ୍ର
email:[email protected]