30 ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ   କନିଷ୍ଠ JE :-ଅନ୍ୟପଟେ ସାଉଥକୋ ର ଲାଇନ୍‌ ମ୍ୟାନ୍‌  ଏବଂ ଠିକାଦାର ମଧ୍ୟ ଗିରଫ

ଆଜି ଦୁଇଟି ଭିର୍ଣ୍ଣ ଘଟଣାରେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଏକ ଘଟଣାରେ ଲାଇନ୍‌ ମ୍ୟାନ୍‌  ଓ ଠିକାଦାର  ଭିଜିଲାନ୍ସ ଅଧିକାରୀ ଙ୍କ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେଇଛନ୍ତି I

 ମିଳିଥିବା ସୂଚନା ଅନୁଯାଇ  କେନ୍ଦୁଝର ରେ ଚାଷୀ ଙ୍କୁ ଉଠା ଜଳ ସେଚନ ପକଳ୍ପ ରେ  ବିଦ୍ୟୁତ୍‌ ଯୋଗାଇଦେବାପାଇଁ  କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତି  30 ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଫିସର ଙ୍କ ହାତରେ ଧରାପଡ଼ିଛନ୍ତି ଏବଂ ତାଙ୍କୁ କୋର୍ଟ କୁ ପଠାଇ ଦିଆଯାଇଛି I 

ମିଳିଥିବା ସୂଚନା ଅନୁଯାୟୀ, ଏରେଣ୍ଡେଇ ପାଟଣା ବ୍ଲକ ମଜୁରୀବିନ୍ଧା ସାହୀର ରଞ୍ଜିତ୍ ମହାନ୍ତି ବିଜୁଳି ସଂଯୋଗ ଓ ପାଣିପମ୍ପ ଯୋଗାଇବାକୁ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କ ସହ ଦେଖାକରିଥିଲେ। ଏହି ସବୁ କରାଇବାକୁ ଦେବାଶିଷ ରଞ୍ଜିତଙ୍କୁ ୩୦ ହଜାର ଟଙ୍କା ମାଗିଥିଲେ। ଆଜି ରଞ୍ଜିତ ଦେବାଶିଷଙ୍କୁ ଟଙ୍କା ଦେଉଥିବାବେଳେ ପୂର୍ବ ଯୋଜନା ମୁତାବକ କେନ୍ଦୁଝର ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଦେବାଶିଷଙ୍କ ଯାଜପୁର ସ୍ଥିତ ପୈତୃକ ବାସ ଭବନ ଓ କେନ୍ଦୁଝର ସ୍ଥିତ ମାଇନିଂ ରୋଡ଼ ଘର ଉପରେ ଚଢାଉ ଚାଲିଥିବାବେଳେ ଏହି ଚଢାଉରେ ଭିଜିଲାନ୍ସର ୩ଟି ଟିମ୍ ସାମିଲ ହୋଇଛନ୍ତି ।   
ସେହିପରି  ଗଞ୍ଜାମ ଜିଲା ବୁଗୁଡା ବ୍ଲକ ବିଦ୍ୟୁତ୍‌ ବିଭାଗ ଅଧୀନରେ କାମ କରୁଥିବା ମାଣିତରା ସେକ୍ସନର ଲାଇନ୍‌ ମ୍ୟାନ୍‌ ଜୀବନ ଜୟ ଲେଙ୍କା ଓ ଠିକାଦାର ବିଭୂପ୍ରସାଦ ସାହୁ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ବିଲ୍ଡିଂ ସପ୍‌କୁ ଲାଇନ୍‌ ଦେବା ପାଇଁ କୁଞ୍ଜ ବିହାରୀ ବେହେରାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

Leave a Reply

Your email address will not be published. Required fields are marked *