ମା’ସରସ୍ୱତୀ ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ। ସରସ୍ୱତୀଙ୍କ ପାଖରୁ ସମସ୍ତ ବେଦ ସୃଷ୍ଟି। ସରସ୍ୱତୀ ଶବ୍ଦର ଅର୍ଥ – ସରସ୍ + ବତୀ, ସରସ ମାନେ ଜଳ, ତେଣୁ ମା’ସରସ୍ୱତୀ ହେଲେ ଜଳବତୀ। ଧାତୁଗତ ଅର୍ଥ ପ୍ରୟୋଗ କରି ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁର କହିଲେ – ସରସ୍ ଶବ୍ଦର ଧାତୁ ହେଉଛି ସୃ ଧାତୁ – ଅର୍ଥ ଗତି ବା ଚାଲିବା। ସରସ୍ୱତୀ ଅର୍ଥ ଗତିବତୀ, ଗତିର ପ୍ରତୀକ। ସୃ ଧାତୁର ଅନ୍ୟ ଏକ ଅର୍ଥ ହେଉଛି ବିକଶିତ ହେବା। ତେଣୁ ସରସ୍ୱତୀ ଶବ୍ଦରେ ବିକାଶର ବ୍ୟାକୁଳତା ରହିଛି। ମା’ସରସ୍ୱତୀଙ୍କର ଅନ୍ୟ ଏକ ନାମ ବାଗ୍ଦେବୀ। ବାକ୍ମାନେ ଶବ୍ଦ। ତେଣୁ ମା’ସରସ୍ୱତୀ ଶବ୍ଦର ଦେବୀ। ସରସ୍ୱତୀ ପ୍ରତିମା ମଧ୍ୟରେ ସୃଜନ ପ୍ରଗତିକୁ ଲକ୍ଷ୍ୟ କରାଯାଏ। ସୃଷ୍ଟିର ଆଦିରେ ଅଛି ଗତି। ଅନନ୍ତ ବକ୍ଷରେ ଆକର୍ଷଣ-ବିକର୍ଷଣ ମଧ୍ୟ ଦେଇ ସୃଷ୍ଟିର ପ୍ରଥମ ସଞ୍ଚାର – ଗତି ଓ ସ୍ପନ୍ଦନ ବା ଶବ୍ଦ। ଅନନ୍ତ ବ୍ୟୋମରେ ଏହି ଶବ୍ଦ ନାନା ରୂପେ ପ୍ରତିଭାତ। ତେଣୁ ଶ୍ରୀମଦ୍ ଭାଗବତରେ ଅଛି – ଆଦିରେ ପରମବ୍ରହ୍ମ ଶବ୍ଦରୂପୀ। ତାଙ୍କୁ ଉପଲବ୍ଧି କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହେବ। ମା’ସରସ୍ୱତୀ ପୂଜା ସେହି ଶବ୍ଦ ଉପାସନାର ବ୍ୟାପାର।
ମା ସରସ୍ୱତୀ ଙ୍କର ବାରଟି ନାମକୁ ଆଜିର ପବିତ୍ର ପୂଜା ରେ ଆରାଧନା କରନ୍ତୁ ମା ସରସ୍ୱତୀ ଅତ୍ୟନ୍ତ ପ୍ରସନ୍ନ ହେବେ ଏବଂ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଭରିଦେବେ I ୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ ୫- ଜଗତୀ ୬- ବରଦାୟିନି ୭- ବୁଦ୍ଧିଦାତ୍ରି ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ ୧୨- କୁମୁଦି
ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ପାଇବା ପାଇଁ ମା ସରସ୍ଵତୀ ଙ୍କୁ ଆଜିର ପବିତ୍ର ପୂଜା ଠାରୁ ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ନିମ୍ନୋକ୍ତ ମନ୍ତ୍ରକୁ ଭକ୍ତି ସହିତ ଜପ କରନ୍ତୁ Iମା ସରସ୍ୱତୀ ଙ୍କ ଆଶୀର୍ବାଦ ରୁ ସମସ୍ତ ପ୍ରକାରର ସମସ୍ୟା ଦୂରହୋଇ ସୁଖଶାନ୍ତି ପ୍ରାପ୍ତିହେବ।