ଯୌତୁକ ପାଇଁ ଯେତେ ସଚେତନତା କରାଗଲେ ମଧ୍ୟ ଯୌତୁକ ରାକ୍ଷାସ ମାନେ କେଭେଁବି ନିଜ ସ୍ୱାର୍ଥ ରୁ ଓହରିନଥାନ୍ତି I ସାମାନ୍ୟ କେତେଟା ଯୌତୁକ ପାଇଁ ଯେ ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଯାଏ ସେକଥା ସେମାନେ ବୁଝିପାରନ୍ତି ନାହିଁ I ନିଜ ସ୍ୱାର୍ଥ ପାଇଁ ମଣିଷ ଯେତେ ଶିକ୍ଷିତ ଓ ସଭ୍ୟ ହେଉଥିଲେ ମଧ୍ୟ ଯୌତୁକ ପାଇଁ ନିମ୍ନଗାମୀ ହୋଇପଡ଼ୁଛି। ଏହାର ଜ୍ଵଳନ୍ତ ଉଦାହରଣ ଅନୁଗୁଳରେ ଘଟିଛି। କିଛି ସମୟ ପରେ ହୋଇଥାନ୍ତା ବାହାଘର। କନ୍ୟା ପକ୍ଷ ଅପେକ୍ଷା କରି ରହିଥାନ୍ତି ବର ର ଆଗମନକୁ I ହେଲେ ବର ଘର ପକ୍ଷରୁ କେହି ଆସିଲେଣି ଦାବି ଥିଲା ଯୌତୁକ ବାବଦରେ ୧ କୋଟି ଟଙ୍କା I
ଏତେ ଗୁଡ଼ାଏ ଟଙ୍କା ହଠାତ ଯୋଗାଡ଼ କରି ପାରିଲେନି ଝିଅ ଘର ତେଣୁ ଭାଙ୍ଗିଗଲା ବାହାଘର I ଏନେଇ ମଙ୍ଗୁଳା କନ୍ୟା ଥାନାରେ ଅଭିଯୋଗ୍ କରିଛନ୍ତି I ସୂଚନା ଅନୁଯାଇ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅଂଚଳର ଯୁବତୀଙ୍କ ସହ ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା । ଉଭେୟ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଝିଅଘର ଲୋକେ ଶାନ୍ତିସ୍ୱରୂପଙ୍କୁ ୨୦ ଲକ୍ଷ ଦେଇଥିଲେ । କିନ୍ତୁ ଶାନ୍ତିସ୍ୱରୂପଙ୍କ ପରିବାର ଲୋକେ ଯୌତୁକ ବାବଦରେ ୧ କୋଟି ଟଙ୍କା ଦାବି କରିଥିଲେ ଏବଂ ବେଦୀକୁ ଆସିନଥିଲେ ବର ,ବାହାଘର ଭାଙ୍ଗିଗଲା । ତେଣୁ ଥାନାରେ ଅଭିଯୋଗ କରିଛନ୍ତି ମଙ୍ଗୁଳା କନ୍ୟା I ପୁଲିସ ଘଟଣାର ତଦନ୍ତ ଚଳାଇଛି।