ବିଜେପି ନେତା ଙ୍କୁ ମାଡ ଘଟଣା :-ପିପିଲିର ପୂର୍ବତନ ବିଧାୟକ ଓ ପୁଅ ଗିରଫ

ବୁଧବାର କୁନ୍ଦୁଲି ପୀଡିତା ଆତ୍ମହତ୍ୟା ପ୍ରସଙ୍ଗକୁ ରେ ହେଇଥିବା ହରତାଳ ବେଳେ ଶ୍ରୀସାମନ୍ତରାୟ ନିଜର ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଉଥିବା ବେଳେ କୌଣସି କାରଣକୁ ନେଇ ମଙ୍ଗଳପୁର ବଜାରଠାରେ ଉପସ୍ଥିତ ଥିବା ବିଜେପି ନେତା ଆଶ୍ରୀତ ପଟ୍ଟନାୟକଙ୍କୁ ଶ୍ରୀସାମନ୍ତରାୟ, ତାଙ୍କ ପୁଅ ଓ ଜନୈକ ମହେଶ୍ୱର ପରିଡା ନିସ୍ତୁକ ମାଡମାରିଥିବା ନେଇ ଶ୍ରୀପଟ୍ଟନାୟକ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ I ଏହି ଘଟଣାରେ ପିପିଲି ଥାନାଧିକାରୀ ଶରତ କୁମାର ସାହୁ ଆଜି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ଓ ତାଙ୍କ ପୁଅ ତଥା ଯୁବକଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟଙ୍କୁ ସନ୍ଧ୍ୟାରେ ଗିରଫ କରିଥିଲା । ପିପିଲି ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ଅରୂପ କୁମାର ନାୟକ ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ଉଭୟଙ୍କୁ ୧୪ଦିନ ପାଇଁ ରିମାଣ୍ଡରେ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି।

ଏନେଇ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି । ବିଜେପି ଓ ବିଜେଡି ସଲାସୁତୁରା ହୋଇ ପୁଲିସକୁ ହାତବାରିସି କରି କଂଗ୍ରେସ ସଂଗଠନକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ।

Leave a Reply

Your email address will not be published. Required fields are marked *