ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି ଯେ ବଲିଉଡର ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍ କପୁର ତାଙ୍କର ବୟଫ୍ରେଣ୍ଡ ବୋଲି କୁହାଯାଉଥିବା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ଏ ବର୍ଷ । କିଛି ଦିନତଳେ ଶୁଣିବାକୁ ମିଳିଲା ଯେ ସେ ଏଇ ଫେବୃଆରି ମାସରେ ବାହା ହେବେ। ହେଲେ ଏବେ ଯେଉଁ ଖବର ମିଳିଛି ତାହା ଏକ ପକ୍କା କଥା। ଏବେ ଚର୍ଚ୍ଚା ହେଉଛି ଯେ ଏହି ପ୍ରେମୀଯୁଗଳ ଆସନ୍ତା ଜୁନ ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ମିଳିଥିବା ଅନୁଯାୟୀ ସୋନମ୍ କପୁର ଏବଂ ଆନନ୍ଦ ଆହୁଜା ଆଗାମୀ ଜୁନ ମାସରେ ଦିଲ୍ଲୀ ବା ଜୟପୁରରେ ବାହ ହେବେ। କୁହାଯାଉଛି ଯେ ଏଥିପାଇଁ ୩୦୦ଜଣ ଅତିଥି ଏବଂ ସଂପର୍କୀୟଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଏହି ବାହାଘରର ଆୟୋଜନ ଦାୟିତ୍ୱ ମୋହିତ ମାରଓ୍ଵାଙ୍କୁ ଦିଆଯାଇଛି। ଏହାକୁ ଗୋପନ ରଖିବାକୁ ପ୍ରୟାସ କରାଯାଉଛି। ତେବେ ସୋନମଙ୍କ ଭାଇ ହର୍ଷବର୍ଦ୍ଧନ କପୁର ନିକଟରେ ଆନନ୍ଦଙ୍କ ପରିବାଲୋକଙ୍କୁ ଭେଟିଥିଲେ । ଆହୁରି ମଧ୍ୟ କୁହାଯାଉଛି ଯେ ହର୍ଷବର୍ଦ୍ଧନ କପୁର ତାଙ୍କ ଭାବି ଭିଣୋଇ ଆନନ୍ଦ ଆହୁଜାଙ୍କ ସହ ଖୁବ୍ କ୍ଲୋଜ୍। ଏଣେ ସୋନମ୍ କପୁରଙ୍କ ନୂଆ ସିନେମା ‘ବୀର୍ ଦା ଓ୍ଵଡ଼ିଂ’ ବି ଜୁନ୍ ୧ ତାରିଖରେ ରିଲିଜ୍ ହେଉଛି। ଏହାପରେ ସେ ବିବାହ କରିବେ। ଏଥିପାଇଁ ସେ ଅନ୍ୟ କୌଣସି ନୂଆ ସିନେମା ସାଇନ୍ କରୁ ନଥିବା କୁହାଯାଉଛି।