1.4.2015 ରୁ ମଜୁରୀ ନିର୍ଧାରଣ , Executive & Non Executive ମାନଙ୍କର ଦରମା ତାରତମ୍ୟ ର ସୁଧାର ,ଚାକିରୀ ସର୍ତାବଳୀ ,ଟେକ୍ନିକାଲ & adminstrative କର୍ମଚାରୀ ଙ୍କୁ ସଠିକ ଗ୍ରେଡ଼ ରେ ଥଇଥାନ , ଫ୍ରାଞ୍ଚାଇଜ ଏବଂ ଆଉଟଷୋର୍ସ କର୍ମଚାରୀ ମାନଙ୍କର ଚାକିରୀ ସର୍ତାବଳୀ ଏବଂ ମଜୁରୀ ନିର୍ଧାରଣ ଦାବି ନେଇ ଓସେଇବି ଶ୍ରମିକ ମହାସଂଘ ,ଓସେଇବି ଏମ୍ପ୍ଲୟୀଜ ଫେଡେରେସନ , ୱେଷ୍ଟର୍ନ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ଦ୍ୱାରା ଗଠିତ ଶ୍ରମିକ ଏକତା ମଞ୍ଚ ତରଫରୁ 18.4.2018 ଦିନ ବିରାଟ ଶ୍ରମିକ ସମାବେଶ ଡକରା ଦିଆଯାଇଥିଲା I
ଏବଂ OHPC ର MD , OPTCL ର MD , ଶକ୍ତି ସଚିବ ଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା I ଆଗାମୀ ଦିନରେ ଦାବି ଗୁଡିକୁ ଯଥା ସମ୍ଭବ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ବିହିତ ପଦକ୍ଷେପ ନିଆଯିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ I
ଓଡିଶା ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥି ଙ୍କ ନେତୃତ୍ୱ ରେ ଓସେଇବି ଏମ୍ପ୍ଲୟୀଜ ଫେଡେରେସନ ତରଫରୁ ଯତୀନ୍ଦ୍ର ରାୟ ,ଓସେଇବି ଶ୍ରମିକ ମହାସଂଘ ତରଫରୁ ସଂଜୀବ ପ୍ରସାଦ ବେହେରା
, ୱେଷ୍ଟର୍ନ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲଳିତ କୁମାର ପଟନାୟକ , ପ୍ରଣୟ କୁମାର ନାୟକ , ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ପ୍ରଶାନ୍ତ ମହାପାତ୍ର , ପ୍ରମୁଖ ବିଶାଳ ରାଲି କୁ ତ୍ୱରାନ୍ୱିତ କରିଥିଲେ I