ଦୁର୍ବତ୍ତଙ୍କୁ ନିର୍ଧୁମ ଛେଚି ରାଉରକେଲା ରେ ଚହଳ ପକାଇଛନ୍ତି ରାଉରକେଲା ଛେଣ୍ଢ ଅଞ୍ଚଳର ଝିଅ ସୁଜାତା ସାହୁ । ବୁଧବାର ଦିନ ସ୍କୁଟି ନେଇ ଘରକୁ ଫେରୁଥିବା ବେଳେ , ଏକ ନିଛାଟିଆ ଶୁନଶାନ୍ ରାସ୍ତାରେ , ଦୁଇଜଣ ଯୁବକ ସୁଜାତା ଙ୍କୁ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହା ଭାରି ପଡିଥିଲା ଦୁର୍ବୁତ୍ତ ଙ୍କୁ ସେମାନଙ୍କୁ ଜଣା ନଥିଲା ଯେ ସୁଜାତା କରାଟେ ଟେ ମାଷ୍ଟର ବୋଲି I ଦୁର୍ବୁତ୍ତ ଙ୍କୁ ଧୁମ ଛେଚିଥିଲେ ସୁଜାତା I ସୁଜାତାଙ୍କ ଠାରୁ ଲୁଟ କରିବା ଦୂରେ ଥାଉ ପ୍ରବଳ ମାଡ ଖାଇ ମୋବାଇଲ , ବାଇକ ଛାଡି ଜୀବନ ବିକଳରେ ଦଉଡି ପଳାଇଥିଲେ I ଏନେଇ ସୁଜାତା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ବାଇକ କୁ ଜବତ କରି ଘଟଣା ର ତଦନ୍ତ ଚଳାଇଛନ୍ତି I ଏପରି କାମ ପାଇଁ ସୁଜାତା ଙ୍କୁ ସବୁ ମହଲରୁ ପ୍ରସଂଶା କରାଯାଉଛି I