ବିଜେଡି ରେ ଦଳୀୟ କର୍ମୀ ଙ୍କ ପାଇଁ ନବୀନ ବାବୁ କେତେ କଣ ଯୋଜନା କରୁଥିବା ବେଳେ କିଛି ଅହଂକାରି ନେତା ମାନଙ୍କ ପାଇଁ ତୃଣମୂଳ ସ୍ତରରେ କିନ୍ତୁ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ର ନିଆଁ ଜଳୁଛି I ଯେପରିକି କିଛି ଦିନ ତଳେ ଛାତ୍ର ନେତା ତୁଷାର ଦଳ ଛାଡ଼ିବେ ବୋଲି ଘୋଷଣା କରିଥିଲେ I ସବୁବେଳେ ଅଭିଯୋଗ ହେଉଛି ଯେ ତୃଣମୂଳ କର୍ମୀ ଙ୍କୁ ଅଣଦେଖା କରାଯାଉଛି I ଠିକ ସେମିତି ଏକ ଘଟଣା ସାମ୍ନାକୁ ଆସିଛି ସତ୍ୟବାଦିରେ I ସାକ୍ଷୀଗୋପାଳ ରେ ଦେଖିବାକୁ ମିଳିଛି ବିଜେଡି ନେତାଙ୍କ ମାନବିକତା I 11 ଦିନ ଧରି ଜଣେ ଦଳୀୟ କର୍ମୀ ମୃତ୍ୟୁସହିତ ସଂଗ୍ରାମ କରୁଥିଲେ ମଧ୍ୟ ବିଧାୟକ ଙ୍କ ମାନବିକତା କହିଲାନି ଥରଟେ ଯାଇକି ହସ୍ପିଟାଲ ରେ ପୀଡିତ ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ I
ମିଳିଥିବା ସୂଚନା ଅନୁଯାଇବିଧାୟକ ଙ୍କ ଡାକରାରେ ଦଳୀୟ କର୍ମୀ ଭାବରେ ଜଣେ ବିଜେଡି କର୍ମୀ ବିଧାୟକ ଙ୍କ ରାଲି ରେ ଯୋଗ ଦେଇ ଥିଲେ , କିନ୍ତୁ ଦୁର୍ଭାଗ୍ୟ ବଶତଃ ରାଲିରୁ ଫେରିବା ବେଳେ କର୍ମୀ ଜଣଙ୍କ ଦୁର୍ଘଟଣାର ଶିକାର ହେଇଥିଲେ Iଯୁବକ ଙ୍କ ନାମ ଅଙ୍ଗଦ ଜେନା ବୟସ ୨୮ I ଏନେଇ ସାକ୍ଷୀଗୋପାଳ ବିଧାୟକ ଉମାକାନ୍ତ ସାମନ୍ତରାୟ ହସ୍ପିଟାଲ ର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜକୁ ୧୧ ଦିନ ଧରି ହସ୍ପିଟାଲ ରେ ଯୁବକ ଜଣକ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଏ ପର୍ଯ୍ୟନ୍ତ ବିଧାୟକ ମହୋଦୟ ଙ୍କୁ ସମୟ ହେଇନି ଦଳୀୟ କର୍ମୀ ଙ୍କୁ ଭେଟିବାକୁ I ଯୁବକ ଜଣଙ୍କ sum hospital, ରେ ICU bed no 12 ରେ କୋମା ଅବସ୍ଥାରେ ପଡିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି I
କିନ୍ତୁ ବିଧାୟକ ଙ୍କ ପ୍ରତିଶୃତି କେବଳ ପ୍ରତିଶୃତି ରେ ହିଁ ରହିଯାଇଛି I ଏନେଇ ତାଙ୍କ ପରିବାର ତରଫରୁ ଅତ୍ୟନ୍ତ କ୍ଷୋଭ ର ସହିତ କହିଛନ୍ତି ବିଜେଡି ପାଇଁ ତାଙ୍କ ପୁଅ ଦିନରାତି ସମୟ ଦେଇଥିଲେ ମଧ୍ୟ ବିଧାୟକ ଙ୍କର ସମୟ ହେଉନି ତାଙ୍କ ପୁଅର ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ Iସେମାନେ ଗରିବ ହେଇଥିବାରୁ ଏତେ ଟଙ୍କା କୋଉଠୁ ଆଣି ପୁଅର ଚିକିସ୍ଥା କରିବେ ଚିନ୍ତା କରିପାରୁନାହାନ୍ତି I
ଶୁଣାଯାଉଛି ସମ ହସ୍ପିଟାଲ ରୁ କ୍ୟାପିଟାଲ ହସ୍ପିଟାଲ କୁ ଯୁବକ ଙ୍କୁ ସ୍ଥାନାନ୍ତର କରାଯିବାର ଯୋଜନା କରାଯାଉଛି I ଏହା ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି Iଏବଂ ଗରିବ ହେଇଥିବାରୁ ପୁଅର ଜୀବନ ପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି କିନ୍ତୁ କେହି ଶୁଣୁନାହାନ୍ତି I ଏ ଘଟଣା କୁ ନେଇ ସତ୍ୟବାଦୀ ରେ ବିଜେଡି କର୍ମୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ର ନିଆଁ କୁହୁଳୁଛି I ସୋସିଆଲ ମିଡିଆରେ ପରିବାର ଙ୍କ ନିବେଦନ ରେ ପୁଅଙ୍କ ଜୀବନ ପାଇଁ ସାହାଯ୍ୟ ମାଗୁଛନ୍ତି ଅସହାୟ ବାପା ମା ଭାଇ I
ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି I