​ମୃତ ଶିଶୁକୁ ଶ୍ମଶାନ ନେଉଥିଲେ,ବାଟରେ ହେଲା ଏମିତି ଚମତ୍କାର

ଗୱଳିପୂର୍,ମଧ୍ୟ ପ୍ରଦେଶ

କଥା ରେ ଅଛି ଦଇବ ଲିଖନ କେ କରିବ ଆନ।

ମଧ୍ୟପ୍ରଦେଶ ରେ ଘଟିଛି ଏହି ଭଳି ଏକ ଘଟଣା। ଗୱଳିପୂର୍ ଜିଲ୍ଲା ରେ ବସ ବାସ କରୁଥିବା ସିବାମ୍ ଦ୍ବିବେଦୀ ଙ୍କ ନଭମ୍ବରରେ ଏକ ଶିଶୁ ପୁତ୍ର ଜାତ ହେଇଥିଲା ଏବଂ କିଛି ଦିନ ପରେ ଶିଶୁ ଟି ଅସୁସ୍ଥ ହେବାରୁ ତାକୁ ହସ୍ପିଟାଲ୍ ରେ ଚିକିତ୍ସା କର ଯାଏଁ ଥିଲା ଏବଂ ସୁଷ୍ଟ ହେବ ପରେ ଘରକୁ ଆଣିଥିଲେ।

ମାତ୍ର କିଛି ଦିନ ପରେ ଶିଶୁ ଟି ପୁଣି ଅସୁସ୍ଥ ହେଇଥିଲା  ଏବଂ ଶିଶୁ ର ସ୍ବାସ୍ଥ୍ୟ ଏତେ ବିଗିଡି ଗଲା ଯେ ତାର ମସ୍ତିଷ୍କ ଓ କିଛି ଅଙ୍ଗ କାମ କଲା ନାହିଁ। ତାକୁ ମୃତ ବୋଲି ଘୋଷଣା କରି ଦିଆ ଗଲା। ତେବେ ଅନ୍ତିମ ସଂସ୍କାର ପାଇଁ ନେବା ବେଳେ ଏଭଳି ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା।
ଶିଶୁ କୁ ପୋଟିବା ପାଇଁ ଖୋଳା ଯାଇଥିବା ଗାତ ରେ ଶିଶୁ କୁ ରଖିବା ପରେ ସେ ଗୋଡ଼ ହାତ ହଲାଇବାକୁ ଲାଗିଲା ।

ଆଉ ଡେରି ନକରି ଶିଶୁ କୁ ହସ୍ପିଟାଲ୍ ନେବା ପରେ ଜନ ପଡ଼ିଲା ଯେ ସେ ଏବେ ମଧ୍ୟ ଜୀବିତ ଏବଂ ନିମୋନିଆ ଓ ମସ୍ତିଷ୍କ ଜର ରେ ପୀଡ଼ିତ ଥିବାର ଜଣାଗଲା।

ତେବେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *