ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ରେ  ଓଡ଼ିଶା ଜାତୀୟ ସ୍ତରରେ ଏକ  ନମ୍ବର

ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କାର୍ୟ୍ୟାନ୍ୱୟରେ  ଓଡ଼ିଶା ଜାତୀୟ ସ୍ତରରେ ଏକ  ନମ୍ବର  ସ୍ଥାନରେ ପହଞ୍ଚିଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ  ଅଧ୍ୟକ୍ଷତାରେ  ଏକ ବୈଠକ ବସିଥିଲା ,ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମ ଉନ୍ନୟନବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ କାର୍ୟ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥିକ ପ୍ରଶାସନିକ ଏବଂ ବୈଷୟିକ ବିଷୟବସ୍ତୁ ଆଲୋଚନା କରିଥିଲେ ।

ମିଳିଥିବା ସୂଚନା ଅନୁଯାଇ ପିଏମ୍‌ଜିଏସ୍‌ୱାଇରେ ଡ଼ିସେମ୍ବର ୨୦୧୭ ସୁଦ୍ଧା ରାଜ୍ୟରେ ସମୁଦାୟ ୧୮୬୨୪ କୋଟି ଟଙ୍କା ବିନିଯୋଗ କରାଯାଇ ୪୩,୨୨୨ କିମି ରାସ୍ତା ନିର୍ମାଣ କରାଯାଇଛି । ଏହା ଫଳରେ ୧୯୮୬୨ ଟି ଗ୍ରାମକୁ ସଡ଼କ ସଂଯୋଗ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୫୦୦ କି.ମି. ରାସ୍ତା ପୂର୍ଣ୍ଣାଙ୍ଗ ହେବା ସହ ନୂତନ ରାସ୍ତା ଗୁଡିକର ମୂଳଦୁଆ କାମ ତ୍ବରାନ୍ବିତ କରାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଅତିରିକ୍ତ ୩୫୦୦ କି.ମି. ରାସ୍ତା ପୂର୍ଣ୍ମାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ପ୍ରାୟ ୫୦୦ କୋଟି ଟଙ୍କା ଅଟକଳରେ ନୂତନ ୧୬୫ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା  । ଏଥିରେ ୩୬ ଟି ପୋଲ ନିର୍ମାଣ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ ୫୮୨ କି.ମି. ରାସ୍ତାର ନିର୍ମାଣ ଏବଂ ଉନ୍ନତ୍ତିକରଣ ହେବ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୧୯,୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେମଧ୍ୟରୁ ଡ଼ିସେମ୍ବର ମାସ ଶେଷ ସୁଦ୍ଧା ପ୍ରାୟ ୧୮୬୨୪ କୋଟି ଟଙ୍କା ବିନିଯୋଗ କରାଯାଇଛି ।

Leave a Reply

Your email address will not be published. Required fields are marked *