ଆମେରିକାରେ  ଭାରତୀୟ ଇଞ୍ଜିନିୟର ଙ୍କ ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ

ଆମେରିକାରେ ଅବସ୍ଥାପିତ ଜଣେ ଭାରତୀୟ ଇଞ୍ଜିନିୟର ତାଙ୍କର ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ କରିଛନ୍ତି। ଏହି ବିବାହ କାର୍ଯ୍ୟ ଡିସେମ୍ବର ୩୦ରେ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ହେଉଥିବା ହୋଟେଲରେ କୌଣସି ଅଘଟଣ ଆଶଙ୍କା କରି ପୋଲିସ ଉପସ୍ଥିତ ଥିଲା। ଅବଶ୍ୟ ଭାରତରେ ସମଲିଙ୍ଗୀ ବିବାହର ଆଇନଗତ ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୟଓ୍ବତ୍‌ମାଲ୍‌ ନିବାସୀ ହୃଷିମୋହନ କୁମାର ସଦଓ୍ବାନେ (୪୦) ତାଙ୍କର ପୁରୁଷ ସାଥୀ ତଥା ଭିଏତ୍‌ନାମ୍‌ ବାସିନ୍ଦା କୁହାଯାଉଥିବା ଭିନ୍‌ଙ୍କୁ ବିବାହ କରିଥିଲେ। ପୋଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ ଦପ୍ତରଠାରୁ ମାତ୍ର କିଛି ଦୂରରେ ଏକ ହୋଟେଲରେ ଏହି ବିବାହକୁ ହୃଷିଙ୍କ ପରିବାର ଓ ବନ୍ଧୁବାନ୍ଧବ ସମର୍ଥନ କରିବା ସହ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ହୃଷି ବମ୍ବେରୁ ଆଇଆଇଟି ପାଶ୍‌ କରିଥିବା ଜଣେ ବି.ଟେକ୍‌ ଇଞ୍ଜିନିୟର। ସେ ବର୍ତ୍ତମାନ କାଲିଫର୍ନିଆରେ ବାସ କରୁଛନ୍ତି। ତାଙ୍କ ପାଖରେ ଆମେରିକୀୟ ଗ୍ରୀନ୍‌କାର୍ଡ ରହିଛି। ପ୍ରଥମେ ତାଙ୍କର ମାତାପିତା ଏହି ସମଲିଙ୍ଗୀ ଯୌନ ସମ୍ପର୍କକୁ ବିରୋଧ କରୁଥିଲେ। କିନ୍ତୁ ହୃଷି ମାତାପିତାଙ୍କୁ ମନାଇବାରେ ସଫଳ ହୋଇଥିଲେ।ହୃଷିଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ପଡ଼ିଥିବା ଫଟୋରୁ ଜଣାପଡୁଛି ଯେ, ୨୦୧୭ ଅକ୍ଟୋବରରେ ଆମେରିକାରେ ଏକ ସମଲିଙ୍ଗୀ ବିବାହ ଅନୁଷ୍ଠିତ ହେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ତେବେ ଏ ସମ୍ପର୍କରେ  ଅତିରିକ୍ତ ଏସ୍‌ପି ଅମରସିଂ ଯାଦବ ଏହା ଉପରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। ସମଲିଙ୍ଗୀ ବିବାହର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *