ଢେଙ୍କାନାଳ ମା ରାମଚଣ୍ଡୀ  ଙ୍କ ପୀଠରେ  ୪୯ ତମ ବାଷିକ ମକର ମେଳା:ସାଂସଦ ତଥାଗତ ଶତପଥୀ  ଙ୍କ ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ଗ୍ରାମ ପଂଚାୟତ ଅନ୍ତର୍ଗତ ପୁରୁଣା ଅମାଙ୍ଗ  ଗ୍ରାମର ବ୍ରାହ୍ମଣୀ ନଦୀ  କୂଳରେ  ମା ରାମଚଣ୍ଡୀ  ଙ୍କ ପୀଠରେ  ୪୯ ତମ ବାଷିକ ମକର ମେଳା  ଆୟୋଜିତ ହେଇଛି I  ଓଡିଶା Exclusive କୁ  ମିଳିଥିବା  ସୂଚନା ଅନୁଯାଇ  ଢେଙ୍କାନାଳ ର ମାନ୍ୟବର ସାଂସଦ ତଥାଗତ ଶତପଥୀ ଉକ୍ତ ମେଳା ପରିଦର୍ଶନ କରିବା ସହିତ  ଢେଙ୍କାନାଳ ର ବହୁ ମାନ୍ୟଗଣ ବ୍ୟକ୍ତି  ଙ୍କ ସହିତ ପ୍ରଥମ ଦିନରେ ପାଖାପାଖି 10 ହଜାର ଲୋକ ଯୋଗ ଦେଇଥିଲେ I ସାରା ଗାଁ ରେ ଉତ୍ସବର ମାହୋଲ ।  ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠା ପଣାରେ ସାରା ପରିବେଶ ମହକି ଉଠୁଛି।  ଢେଙ୍କାନାଳ ର ଏହା ଏକ  ସର୍ବ ବୃହତ  ପୁରୁଣା  ମନ୍ଦିର ଅଟେ  ଯାହାକି ବ୍ରାହ୍ମଣୀ କୂଳରେ ଅବସ୍ଥାପିତ ଯେଉଁଠିକି  ମା ରାମଚଣ୍ଡୀ ଙ୍କୁ ଭକ୍ତି ର ସହିତ ଡାକିଲେ ମା ରାମଚଣ୍ଡୀ  ପ୍ରତ୍ୟକ୍ଷ ଭାବରେ ଭକ୍ତ ମାନଙ୍କ  ଦୁଃଖ ଦୂର  କରି ଥାନ୍ତି I ଏହି ମକର ମେଳା 14 ତାରିଖରୁ ଆରମ୍ଭ ହେଇ ଆସନ୍ତା 17 ତାରିଖ ରେ ପୂର୍ଣ୍ଣାହୁତି ରେ ଶେଷ ହେବ I

Leave a Reply

Your email address will not be published. Required fields are marked *