ପରିତ୍ୟକ୍ତ  ସ୍ପିନିଂ  କାରଖାନାରୁ ୫ ମଣିଷ ଖପୁରୀ ଜବତ : ହତ୍ୟା କିମ୍ବା  ନରବଳି ସନ୍ଦେହ !!

ଦୀର୍ଘ ବର୍ଷ ଧରି  ବନ୍ଦ ରହିଥିବା  ଆଠଗଡ଼  ନୂଆପାଟଣାର ସ୍ପିନିଂ କାରଖାନା  ଭିତରୁ ଏକ ଅଳିଆ ଗଦାରୁ  ଅଖା ଭିତରୁ  ଆଜି  ୫ଟି ମଣିଷ ଖପୁରୀ ଜବତ  ହୋଇଛି। ପୁଲିସ  ଏନେଇ  ତଦନ୍ତ ଆରମ୍ଭ କରିଛି ତଥାପି ବନ୍ଦ କାରଖାନା  ଭିତରେ କିପରି  ମଣିଷ ଖପୁରି ଆସିଲା ଏନେଇ  ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ  ଏବଂ ଚର୍ଚ୍ଚା ଚାଲିଛି ।  ସାଧାରଣରେ  ଆଲୋଚନା ହେଉଛି ବୋଧହୁଏ ପାଞ୍ଚ ଜଣଙ୍କୁ ଏହି ବନ୍ଦ କାରଖାନା ଭିତରେ ବଳି  ଦିଆଯାଇ କଥା କୁ ଚପାଇ ଦିଆଯାଇଛି ତେବେ ତଦନ୍ତ ପରେ ଏନେଇ ସମସ୍ତ ଘଟଣା ପଦାକୁ ଆସିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *