ଶୀତଦିନେ   ମାତ୍ର ଏହି ଚାରୋଟି ଜିନିଷ ଆପଣଙ୍କୁ ପୁରା ସତେଜ ଏବଂ ନିରୋଗ ରଖିବ

ଶୀତଦିନେ  ସାଧାରଣ ଶରୀର ଶୁଷ୍କ, ଓଠ ଫାଟିବା  ଏବଂ ଥଣ୍ଡା କାଶ ସର୍ଦ୍ଦି, ଆଣ୍ଠୁ ଗଣ୍ଠି ବାତ  ଭଳି ସମସ୍ୟା ଦେଖାଯାଇଥାଏ ତେବେ ଆପଣ ଯଦି ଶୀତଦିନେ   ନିୟମିତ ଭାବରେ  ପାଣି ,ଗାଜର , କମଳା,  ଏବଂ ଗୁଡ ସେବନ କରନ୍ତି ତେବେ ଏସବୁ ସମସ୍ୟା କେଭେବି ଆପଣ ସାମ୍ନା କରିବାକୁ ପଡ଼ିବନି I ତେବେ ଆସନ୍ତୁ ଜାଣିବା ଏହି ଚାରୋଟି ଜିନିଷର ଉପକାରିତା :-
 1) ପାଣି :-ଶୀତଦିନରେ ଅନେକେ କମ୍‌ ପାଣି ପିଅନ୍ତି। ଏହାଦ୍ୱାରା ଡିହାଇଡ୍ରେଶନ୍‌ ହେବାର ଆଶଙ୍କା ଥାଏ, ଯାହା ଓଠ ଫାଟିବାର କାରଣ ସାଜେ। ଏହି ସମସ୍ୟାକୁ ଏଡାଇବା ପାଇଁ ଦିନକୁ ୨ରୁ ୩ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଏଥିସହ ସବୁଜ ପନିପରିବା ଖାଆନ୍ତୁ। ଗାଜର, ଟମାଟୋ ଖାଇବା ଦ୍ୱାରା ଓଠ ଫାଟି ନ ଥାଏ। 


2 ) ଗାଜର :-ଶୀତଦିନେ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଗାଜର  ଉପଲବ୍ଧ ହୋଇଥାଏ  ଆପଣ ମଧ୍ୟ ଏହାର ଫାଇଦା ଉଠାନ୍ତୁ ଏହା ଶୀତଦିନେ ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବା, ଓଠ ଫାଟିବା ବନ୍ଦ କରିବା, ସହିତ ବିଶେଷକରି ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ । 


3)  ଗୁଡ :-ଶୀତ ଦିନେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ।  କାରଣ ଗୁଡ଼ରେ ପ୍ରଚୁର ପରିମାଣର କ୍ୟାଲସିୟମ୍‌ ସହ ଫସ୍‌ଫରସ୍‌ ରହିଛି


4) କମଳା : ଶୀତଦିନେ ସାଧାରଣତଃ ଥଣ୍ଡା ସର୍ଦ୍ଦି, ଛୋଟ ଠାରୁ ବଡ ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ  ତେବେ ନିୟମିତ କମଳା ଖାଇବା ଦ୍ୱାରା ଏସବୁ ଦୁରେଇ ହେଇପାରିବ I  ଶୀତଦିନେ ମିଳୁଥିବା ଫଳମାନଙ୍କ ମଧ୍ୟରେ କମଳା ଅନ୍ୟତମ। ଏହା ଶୀତଋତୁରେ ହିଁ ପ୍ରଚୁର ପରିମାଣରେ ମିଳିଥାଏ। ଅନେକଙ୍କର ଧାରଣା ରହିଛି ଶୀତଦିନେ କମଳା ଖାଇଲେ ଥଣ୍ଡାସର୍ଦ୍ଦି ବଢି ଯାଇଥାଏ। ଏହା ସମ୍ପୂର୍ଣ୍ଣ ରୂପେ ଭୂଲ୍‌। କମଳାରେ ରହିଛି ୮୦ ପ୍ରତିଶତ କ୍ୟାଲୋରୀ, ପୋଟାସିୟମ୍‌, କାର୍ବୋହାଇଡ୍ରେଟସ୍‌ ଓ ପ୍ରୋଟିନ୍‌। -କମଳାରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଓ ଭିଟାମିନ୍‌-ସି ରହିଛି। ଯାହା ଆପଣଙ୍କ ତ୍ୱଚାକୁ ସତେଜ ଓ ସୁନ୍ଦର ରଖିବାରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *