ଭୋଟର ଙ୍କୁ ପ୍ରଭାଭିତ ବେଳେ ରାତିଅଧିଆ ଧରାପଡ଼ିଲେ ଦାମ ରାଉତ ଙ୍କ ପୁଅ ସମ୍ବିତ ଉପ ନିର୍ବାଚନ ପୂର୍ବ ରାତିରେ

ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ  ରେ  ଆଜି  16 ତାରିଖ ସକାଳେ ଉପନିର୍ବାଚନ ହେଉଥିବାବେଳେ,  ନିର୍ବାଚନ ଆଇନ ଅନୁଯାୟୀ ରବିବାରଠାରୁ  କୌଣସି ଦଳ ପ୍ରଚାର କରିପାରିବେ ନାହିଁ  ବୋଲି  ଡ଼ାକବାଜି ଦ୍ୱାରା ଘନ ଘନ ପ୍ରଚାର ହେଇଥିବା ସତ୍ୱେ ସୋମବାର ରାତିରେ ବିଜେଡି ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ  କରିବାକୁ  ପାରାଦୀପର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ଚେଷ୍ଟା କରିବାବେଳେ ବିରୋଧୀ ବିଜେପି କର୍ମୀ ମାନଙ୍କ ଦ୍ୱାରା ଧରାପଡ଼ିଛନ୍ତି  । 

ଘଟଣାସ୍ଥଳରେ ଶତାଧିକ ବିଜେପି କର୍ମୀ ପହଞ୍ଚି  ପ୍ରବଳ ହୋ-ହାହ୍ଲା କରିବାବେଳେ ଉତ୍ତେଜନା ଦେଖାଦେବରୁ  ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ  ପହଞ୍ଚି ପରିସ୍ଥିତିକୁ ଆୟତ୍ତ ଆଣିଥିଲା ।

ସୂଚନା ଯୋଗ୍ୟ କି  ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ କାଉନସିଲର ମଞ୍ଜୁଲତା ଜେନାଙ୍କର ଗତବର୍ଷ ମେ ୩୦ ତାରିଖରେ  ଅକାଳ ମୃତ୍ୟୁ ମୃତ୍ୟୁ ପରେ ଏହି ଆସନ ଖାଲି  ପଡିବା ପରେ ଆଜି  ଉପନିର୍ବାଚନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *