କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ନିର୍ବାଚନୀ ପରିବେଶ ସୃଷ୍ଟି ହୋଇଗଲାଣି I ମାର୍ଚ୍ଚ ରେ କର୍ଣ୍ଣାଟକର ୨୨୫ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି । ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତି ଓ ଉପହାରର ପେଡ଼ି ଖୋଲି ଦେଇଛନ୍ତି । ଏହି କ୍ରମରେ ବିଜେପି ନେତମାନେ କର୍ମୀଙ୍କୁ ଉପହାର ଦେବାକୁ ବାଇକ୍ କିଣୁଥିବାବେଳେ କଂଗ୍ରେସ ନେତାମାନେ କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବାଣ୍ଟୁଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଟିକେଟ ଆଶାୟୀ ଏବଂ ବର୍ତ୍ତମାନର ବିଧାୟକମାନେ ଉପହାର ଓ ଭୋଜି ଦେବାରେ ଲାଗିଛନ୍ତି । କେତେକ ନିର୍ବାଚନ ମଣ୍ଡଳୀର ଲୋକାମନେ ପ୍ରାୟ ୩୦୦୦ରୁ ଅଧିକ ଟଙ୍କାର ଉପହାର ପାଇସାରିଲେଣି ବୋଲି କୁହାଯାଉଛି ।
Source :- amar ujala