ଓଡ଼ିଶାରେ ବିଜେପିକୁ ମିଳିବ ବିପୁଳ ସଫଳତା  ପାଖାପାଖି  ମିଳିବ ୧୩ ଏମପି ସିଟ୍‌, ଓ ବିଜେଡି ପାଇବ ୮:-ରିପବ୍ଲିକ୍ ଚ୍ୟାନେଲ୍ ସର୍ଭେ

ସବୁବେଳେ ସର୍ଭେ ରିପୋର୍ଟ କୁ ନେଇ ଚର୍ଚା ରେ ରହୁଥିବା ରିପବ୍ଲିକ୍ ଟିଭି ଚ୍ୟାନେଲ୍  ପୁଣି ଥରେ ଓଡିଶା ରାଜନୀତି କୁ ନେଇ ମତ ଦେଇଛି I  ରିପବ୍ଲିକ୍ ଟିଭି ଚ୍ୟାନେଲ୍ ପୂର୍ବାନୁମାନ ଅନୁଯାଇ  ସମ୍ପ୍ରତି ଓଡ଼ିଶାରେ ବିଜେପି ପ୍ରତି ଲୋକଙ୍କ ଜନାଦୃତ ବଢିଛି  ଏବଂ  ଏବେ ଭୋଟ୍ ହୁଏ  ଓଡ଼ିଶାରେ ବିଜେପିକୁ ମିଳିବ ବିପୁଳ ସଫଳତା  ଏବଂ  ପାଖାପାଖି  ଓଡ଼ିଶାରେ ବିଜେପିକୁ ମିଳିବ ୧୩ ଏମପି ସିଟ୍‌, ଓ ବିଜେଡି ପାଇବ ୮ I 

ଏହି ସର୍ଭେ ରିପୋର୍ଟ କୁ ଯଦି ତର୍ଜମା କରାଯାଏ ତେବେ  ବର୍ତ୍ତମାନ ନିର୍ବାଚନ ହେଲେ ଓଡ଼ିଶାରେ ବିଜେପି  ୨୦୧୪ ତୁଳନାରେ ୧୨ଟି ଅଧିକ ଲୋକସଭା ସିଟ୍ ପାଇବ।   ସେହିପରି ବିଜେଡିର ସିଟ୍ ସଂଖ୍ୟା ୮କୁ ଖସିଆସିବ।  ବିଜେପିର ଭୋଟ୍ ପ୍ରତିଶତ ୨୬.୮ରୁ ୩୯ ପ୍ରତିଶତକୁ ବଢ଼ିବା ସମ୍ଭାବନା ଥିବା ବେଳେ ବିଜେଡିର ଭୋଟ୍ ପ୍ରତିଶତ ୪୧.୧ ପ୍ରତିଶତରୁ ୩୩.୪ ପ୍ରତିଶତକୁ ଖସିବା ନେଇ ପୂର୍ବାନୁମାନ କରିଛି ସର୍ଭେ । ସେହିପରି କଂଗ୍ରେସ ଭୋଟ୍ ହାର ୨୦୧୪ ତୁଳନାରେ ୨୧.୫ ପ୍ରତିଶତରୁ ୧୭.୨ ପ୍ରତିଶତକୁ ଖସି ଆସିବା ନେଇ ରିପବ୍ଲିକ୍ ଚ୍ୟାନେଲ୍ ପୂର୍ବାନୁମାନ କରିଛି । ତେବେ ଏନେଇ  କୌଣସି ରାଜନୈତିକ ଦଳ ମତାମତ ଦେଇନାହାନ୍ତି ।

Leave a Reply

Your email address will not be published. Required fields are marked *