ଭଦ୍ରକ:- ବିଦ୍ୟୁତ ଶର୍ଟ ସର୍କିଟ  ରୁ ଜଳିଗଲା  ୨୭ଟି ପରିବାରର ୮୦ ବଖରା

ଭଦ୍ରକ ଜିଲ୍ଲା ଧୂସୁରି ଥାନା ଖଡ଼ିମାହାରା ଗାଁର ଭାରତୀସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି  ୨୭ଟି ପରିବାରର ୮୦ ବଖରା ଭସ୍ମୀଭୂତ ହେଇଯାଇଛି I  ବିଦ୍ୟୁତ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କେହି କିଛି ବୁଝିବା ପୂର୍ବରୁ ଦେଖୁ ଦେଖୁ ଗାଁର ଅନ୍ୟ ଘରକୁ  ପ୍ରବଳ ବେଗରେ ନିଆଁ ବ୍ୟାପି ଯାଇଥିଲା। ଏଥିରେ  ବହୁ ଗୃହପାଳିତ ପଶୁ ମଧ୍ୟ ଜଳି ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରିରୁ ୩ଟି ଦମକଳ ଆସି ନିଆଁକୁ ଆୟତ କରିଥିଲେ । ଘଟଣାସ୍ଥଳରେ ଧାମନଗର ତହସିଲଦାର ଓ RI, ପହଂଚି ଅନୁସନ୍ଧାନ କରୁଛନ୍ତି I   କ୍ଷତିଗ୍ରସ୍ତଙ୍କୁ ୩୮ ଶହ ଟଙ୍କା ଓ ୫ ଦିନ  ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ  ଯୋଗାଇଦିଆଯିବ ବୋଲି  ପ୍ରସାଶନ ତରଫରୁ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *