ଆସନ୍ତା କାଲି କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ଏବଂ କଂଗ୍ରେସ ରାଜ୍ୟବ୍ୟାପୀ ହରତାଳ ଓ ଓଡ଼ିଶା ବନ୍ଦ ଡାକରା ଦେଇଛି। ରାଜନୈତିକ ଦଳ ଗୁଡ଼ିକର ହରତାଳ ଓ ବନ୍ଦ ଡାକରା ଯୋଗୁଁ କୌଣସି ଅପ୍ରିତିକର ପରିସ୍ଥିତି ଘଟିବା ଆଶଙ୍କା କରି ରାଜ୍ୟ ସରକାର ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି I ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଙ୍କ ତରଫରୁ ଏ ନିଷ୍ପତି ନିଆଯାଇଛି । ଏହାଛଡ଼ା ଆସନ୍ତାକାଲି ଯଦି କୌଣସି ପରୀକ୍ଷା ଥାଏ ତେବେ ଏହାକୁ ସ୍ଥଗିତ ରଖି ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
2) ଅଟୋ ମହାସଂଘର ଘୋଷଣା- କାଲି ରାଜ୍ୟରେ ବନ୍ଦ ରହିବ ଅଟୋ ଚଳାଚଳ, ଟ୍ୱିନ୍ ସିଟିରେ ୪୦ ହଜାର ଓ ରାଜ୍ୟରେ ଲକ୍ଷେ ଅଟୋ ଚଳାଚଳ ବନ୍ଦ ରହିବ, କାିଲି ରାଜ୍ୟରେ ଗଡ଼ିବନି ଦେଢ଼ ଲକ୍ଷ୍ୟ ଟ୍ରକ୍