ସମ୍ବଲପୁର ରେ ପୋଲ ତଳକୁ ଯାତ୍ରିବାହୀ ବସ୍‌ ଖସି 4 ମୃତ, ୩୩  ଗୁରୁତର ଆହତ

ସମ୍ବଲପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ନାଇଟ୍‌ କୋଚ୍‌ ଯାତ୍ରିବାହୀ ବସ୍‌  ମା’ ବୈଷ୍ଣୋଦେବୀ ଟ୍ରାଭେଲ୍ସ  ସମ୍ବଲପୁର  ଜମନକିରା ବ୍ଲକ ଗୌଡ଼ପାଲି ନିକଟରେ ୪୦ ଫୁଟ ଉଚ୍ଚର ଏକ ପୋଲ ତଳକୁ  ପଡିଛି ଖସି ପଡିଛି । ଫଳରେ  ଘଟଣା ସ୍ଥଳରେ  ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ   ପ୍ରାୟ ୩୩ ଜଣ  ଯାତ୍ରୀ ଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି I 

 ଘଟଣା ବିଳମ୍ବିତ  ରାତିର ଅନ୍ଧକାର ରେ ଘଟିଥିବାରୁ ଅନ୍ଧାରରେ ଆହତ ମାନଙ୍କୁ ଚିହ୍ନଟ କରିବାରେ ସହଜ ହେଇପାରିନଥିଲା ପରେ  ଅଗ୍ନିଶମ ବିଭାଗର ୨ଟି ଦଳ ଏବଂ  ଗୌଡ଼ପାଲି ଫାଣ୍ଡି ଓ ଜମନକିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏମର୍ଜେନ୍ସି ଲାଇଟ ସହାୟତାରେ ଉଦ୍ଧାର କରିଥିଲା। ଘଟଣା ବିଷୟରେ ସୂଚନା ପାଇ ଜିଲାପାଳ ସମର୍ଥ ବର୍ମା ଓ ଏସପି ସଞ୍ଜୀବ ଅରୋରା ରାତି ପ୍ରାୟ ୧୧ଟା ୪୫ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ଜଣାଯାଇଛି।। ।

Leave a Reply

Your email address will not be published. Required fields are marked *