ଉଗ୍ର ରୂପ ନେଉଛି  ପଦ୍ମାବତ୍‌ ବିବାଦ: ୩ଟି ସିନେମାହଲକୁ ଜାଳିଦେଲେ ବିକ୍ଷୋଭକାରୀ

ସଞ୍ଜୟ ଲୀଲା ଭଁଶାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ମୁକ୍ତିଲାଭକୁ ନେଇ ଜାରି ରହିଥିବା ବିରୋଧ ଏବେ ହିଂସାର ରୂପ ନେଇଛି । ସୁପ୍ରିମକୋର୍ଟ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ସବୁଜ ସଂକେତ ଦେବା ପରେ ଜାନୁଆରୀ ୨୫ରେ ଏହା ଦେଶ ବ୍ୟାପୀ ମୁକ୍ତିଲାଭ କରିବାର ଅଛି । ହେଲେ ଏହା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପଦ୍ମାବତର ମୁକ୍ତିଲାଭକୁ ବିରୋଧ କରି ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି । ମଙ୍ଗଳବାର ଗୁଜରାଟର କେତେକ ସିନେମା ହଲ ଓ ମଲ୍‌କୁ ଟାର୍ଗେଟ କରାଯାଇଛି । ବିରୋଧ ପ୍ରଦର୍ଶନକାରୀମାନେ କେତେକ ସିନେମା ମଲ୍‌ରେ ପଶି ଭଙ୍ଗାରୁଜୁା କରିଥିବାବେଳେ ୩ଟି ମଲ୍‌କୁ ଜାଳି ଦେଇଛନ୍ତି । ପ୍ରଦର୍ଶନକାରୀମାନେ ଭଙ୍ଗାରୁଜା କରିବା ସହ ମଲ୍‌ ବାହାରେ ଥିବା ଗାଡ଼ିରେ ବି ନିଅାଁ ଲଗାଇ ଦେଇଥିଲେ ।  ୨୫ରେ ସାରା ଦେଶରେ ପଦ୍ମାବତ୍ ରିଲିଜ୍ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏହାକୁ ବିରୋଧ କରିବା ସହା ରାଜପୁତ କର୍ଣ୍ଣି ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିଭଳି ଫିଲ୍ମକୁ ରିଲିଜ କରାଇ ଦେବେ ନାହିଁ ବୋଲି ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ପୂର୍ବରୁ କରିଥିବା ଘୋଷଣାନାମାକୁ  ସୁପ୍ରିମକୋର୍ଟ ବେଆଇନ୍ ଘୋଷଣା କରିବା ସହ ନିର୍ଦ୍ଧାରିତ ସମୟରେ ଫିଲ୍ମ ରିଲିଜ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ I 

 ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *