କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ:  ନ୍ୟାୟ ନପାଇ  ବିଷ ପିଇ ଜୀବନ ହାରିଲେ ପୀଡ଼ିତା

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ତେବେ ଏହି ସମୟରେ ଆଉ ଜଣେ ନାବାଳିକା ବଳାତ୍କାର ଶିକାର ହେବା ପରେ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୁନ୍ଦୁଲି ପରେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଏହି ଘଟଣାର ପୁନରାବୃତ୍ତି ଘଟିଛି। ପୀଡିତାଙ୍କ ମୃତଦେହ ବାଣପୁର ଥାନା ଆଗରେ ରଖି ପରିବାର ଓ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ସୂଚନା ମୁତାବକ, ସମ୍ପୃକ୍ତା ନାବାଳିକା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ ଅଭିଯୁକ୍ତ ନିମାଇଁ ପଲାଇ । ଡିସେମ୍ବର ୩୧ତାରିଖ ରାତି ପ୍ରାୟ ୧୧ଟା ବେଳେ ନାବାଳିକା ଜଣକ ଘର ବାହାରକୁ ଶୌଚପାଇଁ ବାହାରିଥଲେ । ସେହି ସମୟରେ ଅଭିଯୁକ୍ତ ନିମାଇଁ ନାବାଳିକାଙ୍କୁ ଜୋରଜବରଦସ୍ତ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଅଭିଯୁକ୍ତ ଜଣକ ଖୋଲାଖୋଲି ବୁଲୁଥିବା ବେଳେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ପୀଡିତାର ବାପା ବାରମ୍ବାର ଥାନାକୁ ଦୌଡି ଥିଲେ ମଧ୍ୟ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିରେ ହତାଶ ହୋଇ ନାବାଳିକା ଜଣକ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *