ନିଜର ଚମତ୍କାର ଅଭିନୟ ପାଇଁ ‘ପ୍ରେମ ଅଢେଇ ଅକ୍ଷର’ ଠୁ ଆରମ୍ଭ କରି ଗୋଲାପୀ ଗୋଲାପୀ ଭଳି ହିଟ ଫିଲ୍ମ ଦେଇ ଓଡ଼ିଆ ଦର୍ଶକ ଙ୍କ ମନ କିଣିଥିବା ରିୟା ଦେ ହଠାତ କୌଣସି କାରଣରୁ କିଛିଦିନ ଧରି ଓଡ଼ିଆ ସିନେ ଜଗତରୁ ଦୁରେଇ ରହିଥିଲେ I ଦର୍ଶକ ମାନେ ତାଙ୍କ ଫିଲ୍ମ ଦେଖିବାକୁ ପାଇନଥିଲେ I
ତେବେ ରିୟା ଙ୍କ ପ୍ରଶଂସଙ୍କ ମାନଙ୍କ ପାଇଁ ଖୁଶି ଖବର , ରିୟା ଙ୍କ ଅଭିନୀତ ଫିଲ୍ମ ‘ଦିୱାନା ହେଲି ତୋ ପାଇଁ’ ୧୩ ଏପ୍ରିଲ ୨୦୧୮ରେ ପରଦାରେ ରିଲିଜ୍ ହେବାକୁ ଯାଉଛି I ରିୟା ଙ୍କ ସହିତ ଏହି ଫିଲ୍ମରେ ନବାଗତ ମୁନ୍ନା, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଉଶାସୀ ମିଶ୍ର ଏବଂ ପପୁ ପମପମ ନଜର ଆସିବେ