ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ମାମଲା: ୨ ସାକ୍ଷୀ ହାଜର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ୨୦୧୪ ଲୋକସଭା ନିର୍ବାଚନ ସମୟରେ ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ମିଛ ତଥ୍ୟ ଥିବା ଅଭିଯୋଗରେ ଦାୟର ମାମଲାର ଶୁଣାଣି ହୋଇଛି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ନିକଟରେ ଆଜି ମାମଲାର ଶୁଣାଣି ହୋଇଥିବା ବେଳେ ଦୁଇ ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଗତ ୧୫ ତାରିଖରେ ଏହି ମାମଲା ଦାୟର ହୋଇଥିବା ବେଳେ ଆଜି ଅଭିଯୋଗକାରୀ ଗୋପାଳଚନ୍ଦ୍ର ଲେଙ୍କାଙ୍କ ତରଫରୁ ସାକ୍ଷୀ ସୁଶାନ୍ତ କୁମାର ମଲ୍ଲିକ ଓ ରତିକାନ୍ତ ସାହୁ ଓକିଲ ଇଶାନ୍ତ ମହାନ୍ତି ଓ ଅକ୍ଷୟ କୁମାର ନାୟକଙ୍କ ଜରିଆରେ ଦରଖାସ୍ତ ଦାଖଲ କରିଥିଲେ। ତତ୍କାଳୀନ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ନିଜେ କୋର୍ଟରେ ହାଜର ହୋଇ ଏ ବାବଦରେ ଜବାବ ଦାଖଲ କରିବାକୁ ଦୁଇ ସାକ୍ଷୀ ନିବେଦନ କରିଥିଲେ। ମେ’ ୫ ତାରିଖ ଦିନ ମାମଲାର ପରବର୍ତ୍ତି ଶୁଣାଣି ସହ ଏ ସଂକ୍ରାନ୍ତରେ ରାୟ ପ୍ରକାଶ କରାଯିବ ବୋଲି ଏସ୍‌ଡିଜେଏମ୍‌ ଦିନ ଧାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *