G ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ

G ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ

1)ଏମାନଙ୍କ ପାଇଁ ସମ୍ପର୍କ ବହୁତ ମୂଲ୍ୟବାନ ହେଇଥାଏ 

2) ମିଛ କହୁଥିବା  ଏବଂ ଛଳନା କରୁଥିବା ଲୋକ  ମାନଙ୍କୁ ଏମାନେ ଘୃଣା କରିଥାନ୍ତି I 

3) ସ୍ଵଭାଵ ରେ ଏମାନେ ବହୁତ ଖୋଲା  ଏବଂ ସଫା ହୃଦୟର

4) ନିଜ ସରଳତା ପାଇଁ  ଏମାନେ ଅଧିକାଂଶ ସମୟରେ  ଅନ୍ୟମାନଙ୍କ ଦ୍ୱାରା ଅଧିକାଂଶ ସମୟରେ ଷଡଯନ୍ତ୍ର ର ଶିକାର ହେଇଥାନ୍ତି I 

5) ସ୍ଵଭାଵ ରେ ଏମାନେ ବହୁତ ଶାନ୍ତ ଏବଂ ଗୁମ୍ ସୁମ୍  ଏବଂ ଲାଜକୁଳା  ଅଟନ୍ତି , ବେଶୀ ଲୋକଙ୍କ ସହିତ ଏମାନେ ମିଶିବାକୁ ପସନ୍ଦ କରନ୍ତି ନାହିଁ I  ସାଧାରଣତଃ ଏମାନେ ବେଶୀ କଥା କୁହନ୍ତି ନାହିଁ  I 

6) ଏମାନେ ସହଜରେ ରାଗନ୍ତି ନାହିଁ , କିନ୍ତୁ ଥରେ ରାଗିଗଲେ ଅନ୍ୟର ନିସ୍ତାର ନଥାଏ I 

7) ଏମାନେ ଭାବୁକ ପ୍ରଜାତିର ,ଏକା କି ସମୟ କଟାଇବାକୁ ଭଲ ପାଆନ୍ତି ଏବଂ ଭାରି ଭାବ ବିହ୍ଵଳ ହେଇଥାନ୍ତି I 

8) ଜୀବନର ରହସ୍ୟକୁ ସବୁବେଳେ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି ,କୌଣସି ପରିସ୍ଥିତିରେ ନିଜର ଦୁଃଖ କ୍ଳେଶ କୁ ଅନ୍ୟ ଆଗରେ କହିବାକୁ ପସନ୍ଦ କରିନଥାନ୍ତି I 

9) CARRIER କୁ ନେଇ ଏମାନେ ସବୁବେଳେ ଚିନ୍ତିତ ଥାନ୍ତି , 

10)  ଶତ୍ରୁ ବା ବିରୋଧୀ  କୁ ଦମନ କରିବାରେ ଏମାନେ  ପୁରା ମାହିର , ଆବଶ୍ୟକ ପଡିଲେ କଳ, ବଳ କୌଶଳ ,  ଛଳ କପଟ କରି ଶତ୍ରୁକୁ କୁ ପରାଜିତ କରିଥାନ୍ତି I  

11 ) ଖରାପ କାମ କରୁଥିବା ଲୋକମାନଙ୍କୁ ଏମାନେ ପ୍ରଶୟ ଦେଇନଥାନ୍ତି I 
12) ଭାରି ଜିଦଖୋର, ସ୍ୱାଭିମାନୀ  ଏବଂ ଅବୁଝା ଅଟନ୍ତି କିନ୍ତୁ ଭାରି ବିଶ୍ୱାସୀ 

13) ଏମାନେ ଅନ୍ୟ ମାନଙ୍କ ଉପଦେଶ ଗ୍ରହଣ କରିନଥାନ୍ତି , ଯାହା ଠିକ ବୋଲି ଏମାନଙ୍କୁ ଲାଗେ ଏମାନେ ସେୟା ହିଁ କରିଥାନ୍ତି ,ଏମାନଙ୍କୁ ବୁଝାଇବା ଏତେ ସହଜ ନୁହେଁ 

14) ପରାଜୟ କୁ ଏମାନେ ଘୃଣା କରନ୍ତି , କଳେ ବଳେ କୌଶଳେ  ଯେ କୌଣସି ଉପାୟରେ ବିଜୟ ହାସଲ କରିବାକୁ  ଚେଷ୍ଟା କରନ୍ତି I କୌଣସି କାର୍ଯ୍ୟରେ ଅସଫଳ ହେଲେ ବିଫଳତା ର ଗ୍ଳାନିରେ ଏମାନେ ଭାଙ୍ଗିପଡ଼ନ୍ତି I  
15) ଅନ୍ୟାୟ ବିରୁଧରେ ସ୍ୱର ଉତ୍ତଳୋନ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି , ଫଳରେ ଏମାନଙ୍କର ବହୁତ ଶତ୍ରୁ ସୃଷ୍ଟି ହେଇଥାନ୍ତି I 

16 )  କାର୍ଯ୍ୟକ୍ଷେତ୍ର ରେ ଏମାନେ ଅନ୍ୟ ମାନଙ୍କୁ ପଛରେ ପକାଇ  ବହୁ ଉପରକୁ ଯାଇଥାନ୍ତି I ଈମାନଦାରୀ ଏମାନଙ୍କର ସବୁଠୁ ବଡ ଗୁଣ ଯାହାପାଇଁ ଏମାନେ ଅନ୍ୟମାନଙ୍କ ଠୁ ମାନ ସନମାନ ପାଇଥାନ୍ତି I  

17)  ଏମାନେ ବହୁତ ସଚ୍ଚା ପ୍ରେମ କରିଥାନ୍ତି କିନ୍ତୁ ଅଧିକାଂଶ ସମୟରେ ପ୍ରେମକୁ ସଠିକ ଲକ୍ଷ ସ୍ଥଳରେ ପହଞ୍ଚାଇପାରନ୍ତି ନାହିଁ I ପ୍ରାୟତ ପ୍ରେମରେ ବିଫଳ ହେଇଥାନ୍ତି I 

18) ଏମାନଙ୍କ ଭିତରେ ପ୍ରଚୁର ଆତ୍ମବିଶ୍ୱାସ ଭରି ରହିଥାଏ I ଅସମ୍ଭବ କାର୍ଯ୍ୟକୁ କରିବାକୁ ଚେଷ୍ଟା କରିଥାନ୍ତି I 

19) ଏମାନେ କାହା ସହିତ  ବେଶୀ ମିଶନ୍ତି ନାହିଁ ,ତେଣୁ ଏମାନଙ୍କର ଖୁବ କମ୍ ସାଙ୍ଗ ସାଥି ରହିଥାନ୍ତି I କିନ୍ତୁ ଯେଉଁ ଅଳ୍ପ ସାଙ୍ଗ ସାଥି ରହିଥାନ୍ତି ସେମାନଙ୍କ ପାଇଁ ଏମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି I

Leave a Reply

Your email address will not be published. Required fields are marked *