ଜାଣନ୍ତୁ ଘରର କେଉଁ ଜାଗାରେ ଭଗବାନ ଗଣେଷଙ୍କ ମୂର୍ତ୍ତି ରଖିଲେ ଶୁଭ ହେଇଥାଏ

କୁହାଯାଏ ସବୁ  ସମସ୍ୟା ବା ବିଘ୍ନ କୁ ସେ ଦୂର କରନ୍ତି ସେଥିପାଇଁ ସେ ବିଘ୍ନନାଶକ I ସେ ଅଗ୍ରପୂଜ୍ୟ ଗଣେଶ I ଘରେ ବିଘ୍ନନାଶକ ଗଣେଶ ଙ୍କୁ ସ୍ଥାପନ କରିବା ଦ୍ୱାରା ଘରର ସବୁ ବାଧା ବିଘ୍ନ ଦୂର ହେଇ ଘରେ ସୁଖ ଶାନ୍ତି ସହିତ ଧନ  ରହିଥାଏ I  ଘରେ ଧଳା ରଙ୍ଗର ଗଣେଶ ରଖିବା ଦ୍ୱାରା  ସୁଖ ଶାନ୍ତି ଆସିଥାଏ I


କିନ୍ତୁ ଗଣେଶ ଙ୍କ ପିଠି ଘରର ମୁଖ୍ୟ ଦ୍ୱାର ଆଡକୁ ହେବା ଆବଶ୍ୟକ I ପୂର୍ବ ଏବଂ ପଶ୍ଚିମ ଦିଗରେ ଗଣେଶ ଙ୍କ ମୂର୍ତି ରଖନ୍ତୁ I ଶାସ୍ତ୍ର ଅନୁଯାଇ ଘରେ କେବେଭି ଦକ୍ଷିଣ ଦିଗରେ ଗଣେଶ ଙ୍କୁ ରଖନ୍ତୁ ନାହିଁ I ଘରେ ଥିବା ଗାଧୁଆଘର , ଶୋଇବା ଘର  କିମ୍ବା ପାଇଖାନା କାନ୍ଥ ନିକଟରେ କେଭେଁବି ଭୁଲରେ ମୂର୍ତି ରଖନ୍ତୁ ନାହିଁ I ଗଣେଶ ଙ୍କ ମୂର୍ତି ଆଗରେ ଏକ ଛୋଟ ପାତ୍ରରେ ଚାଉଳ ରଖନ୍ତୁ ଏହା ବହୁତ ଶୁଭ ହେଇଥାଏ I ଠିଆ ହେଇଥିବା ଗଣେଶ  ଘରେ ରଖିବା ଅତ୍ୟନ୍ତ ଶୁଭ ଅଟେ I

Leave a Reply

Your email address will not be published. Required fields are marked *