ଶବ ପାଇଲା ଜୀବଦାନ; ମୁଖାଗ୍ନି ଦେବାବେଳେ ଜୁଇରୁ ଯୁବତୀ ଉଠି ଖୋଜିଲା ପରିବାର କୁ

ବେଳେବେଳେ ଭଗବାନ ଙ୍କ ଅଲୌକିକ ଦେଖିବାକୁ ମିଳେ ଏ ଦୁନିଆରେ I କେତେବେଳେ କଣ ଯେ ସେ ଲୀଳା କରେ ତା ଲୀଳା ବୁଝିବା ଭାରି କଷ୍ଟ I କୁହାଯାଏ ତା ଲୀଳା ହେଲେ ମରିଯାଇଥିବା ଲୋକ ବି ଜି ଉଠିବ I ସେମିତି ଏକ ଅାଶ୍ଚଯ୍ୟଜନକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଘଣ୍ଟାପଡା ପଂଚାୟତରେ
I ଦୀର୍ଘ 7 ମାସ ଧରି କୌଣସି ଏକ ଅଜଣା ରୋଗରେ ଛାଲୁ କହଁରଙ୍କ ଯୁବତୀ ଝିଅ ସଂଧ୍ୟାରାଣୀ କହଁର (18) ପୀଡିତ ଥିଲେ I

ଗତ ବୁଧବାର ଦିନ ନିଶ୍ୱାସ ପ୍ରଶ୍ଵାସ ବନ୍ଦ ହେଇଯାଇଥିଲା ସଂଧ୍ୟାରାଣୀ ଙ୍କର I
ପରିବାର ଲୋକେ ଯେତେ ଡାକିଲେ ମଧ୍ୟ ଜବାବ ଦେଇନଥିଲେ ସଂଧ୍ୟାରାଣୀ I ବହୁତ ସମୟ ଅପେକ୍ଷା କଲାପରେ ଶରୀର ନିସ୍ତେଜ ହେଇଜିବାରୁ ସାହି ପଡିଶା , ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସଂଧ୍ୟାରାଣୀ କୁ ମୃତ ଘୋଷଣା କରିଥିଲେ I ପରିବାର ଲୋକେ ଓ ସମ୍ପର୍କୀୟ ମାନେ ମିଳିମିଶି କୋକେଇ ତିଆରି ରାମନାମ ସତ୍ୟ ହେ ହରିନାମ ସତ୍ୟ ହେ କହି ସନ୍ଧ୍ୟା କୁ ମଶାଣି କୁ ନେଇଯାଇଥିଲେ I

ଶବଦାହ ର ସମସ୍ତ ଆୟୋଜନ ପରେ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ସନ୍ଧ୍ୟାରାଣୀ ଗୋଡ ହାତ ହଲେଇଥିଲେ I

ଏହା ଦେଖିପାରି ପାଖରେ ଥିବା ଲୋକେ ତୁରନ୍ତ ତାଙ୍କ ଉପରୁ ଲଦା ଯାଇଥିବା କାଠ କୁ ଉଠାଇଦେବା ଫଳରେ ଯୁଇରୁ ଉଠି ସନ୍ଧ୍ୟା ବସିଥିଲେ I ପରିବାର ଲୋକେ ତୁରନ୍ତ ସନ୍ଧ୍ୟା କୁ ଘରକୁ ଆଣି ହସ୍ପିଟାଲ ରେ ଭର୍ତି କରିଛନ୍ତି I

Leave a Reply

Your email address will not be published. Required fields are marked *